ଦେଶ ବିଦେଶସ୍ୱତନ୍ତ୍ର

ଯୁଦ୍ଧ ବିଭୀଷିକା ମଧ୍ୟରେ ୟୁକ୍ରେନ ପାଇଁ ଏକ ବଡ ଆଶ୍ୱସ୍ତି

ୟୁକ୍ରେନ ପାଇଁ ବ୍ରିଟିସ୍ ପ୍ରଧାନମନ୍ତ୍ରୀଙ୍କ ସହାୟତା ପ୍ୟାକେଟ୍‌ ଘୋଷଣା

ଲଣ୍ଡନ୍‌: ଆଜକୁ ଋଷିଆ-ୟୁକ୍ରେନ ଯୁଦ୍ଧ ମାସେ ପୁରିଛି । ଦିନକୁ ଦିନ ଭୟଙ୍କର ହେଉଛି ଯୁଦ୍ଧ । ଥମିବା ପରିବର୍ତ୍ତେ ଉଗ୍ର ହେଉଛି ସ୍ଥିତି । ଋଷର ଘନ ଘନ ମିସାଇଲ ଏବଂ ବୋମା ମାଡରେ ଧ୍ୱଂସ ବିଧ୍ୱଂସ ହେବାରେ ଲାଗିଛି ୟୁକ୍ରେନ । ଏହାରି ମଧ୍ୟରେ ୟୁକ୍ରେନ ପାଇଁ ଆସିଛି ଏକ ବଡ ଆଶ୍ୱସ୍ତି ।  ‘ନାଟୋ’ ଏବଂ ‘ଜି୭ ନେତାମାନଙ୍କ’ ବୈଠକରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍‌ ଏକ ନୂଆ ସହାୟତା ପ୍ୟାକେଟ୍‌ ଘୋଷଣା କରିବେ ବୋଲି ସୂଚନା ମିଳିଛି ।

ଏହି ପ୍ୟାକେଟରେ, ରୁଷୀୟ ଆକ୍ରମଣକୁ ମୁକାବିଲା କରିବା ପାଇଁ ବ୍ରିଟେନ୍‌ ୟୁକ୍ରେନ୍‌କୁ ୬୦୦୦ କ୍ଷେପଣାସ୍ତ୍ର ସହାୟତା ଯୋଗାଇ ଦେବା ସହ ଯୁଦ୍ଧାଞ୍ଚଳରୁ ଖବର ସଂଗ୍ରହ ନିମନ୍ତେ ‘ବିବିସିକୁ ସାହାଯ୍ୟ କରିବ ଏବଂ  ୟୁକ୍ରେନୀୟ ସୈନିକ , ପାଇଲଟ୍‌ମାନଙ୍କ ବେତନ ବାବଦକୁ ପ୍ରାୟ ୪୦ ନିୟୁତ ଡଲାର୍‌ ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ ଜନ୍‌ସନ୍‌ କହିଛନ୍ତି, ୟୁକ୍ରେନ୍‌ ସେନାକୁ ସୁଦୃଢ଼ ଏବଂ ଆର୍ଥିକ ପରିସ୍ଥିତକୁ ଉନ୍ନତ କରିବା ଲାଗି ଇଂଲଣ୍ଡ୍‌ ନିଜ ମିତ୍ର ରାଷ୍ଟ୍ରମାନଙ୍କ ସହ କାର୍ଯ୍ୟ କରିବ। ମାସେ ହେବ ଚାଲିଥିବା ଏହି ସଙ୍କଟ ଯୋଗୁଁ ଆନ୍ତର୍ଜାତିକ ସମୁଦାୟ ପାଇଁ ସିଦ୍ଧାନ୍ତ ନେବାର ସମୟ ଆସିଛି। ଆମେ ୟୁକ୍ରେନ୍‌ ସ୍ବାଧୀନତାର ବହ୍ନି ପ୍ରଜ୍ଜ୍ବଳିତ କରି ରଖିବା ପାରିବା। ନଚେତ ୟୁକ୍ରେନ ସହ ସମଗ୍ର ବିଶ୍ୱ ବିପଦରେ ପଡ଼ିବ।
Show More

Related Articles

Back to top button