ଓଡ଼ିଶାରାଜନୀତି

ନିର୍ବାଚନୀ ହିଂସା , ବିପକ୍ଷ ଦଳର ଆକ୍ରମଣ ଫଳରେ ଏଜେଣ୍ଟ ଆହତ

ଆକ୍ରମଣ ପରେ ବୁଥରେ ଉତ୍ତେଜନା ସୃଷ୍ଟି

ପୁରୀ : ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା ପୌର ନିର୍ବାଚନ ପାଇଁ ମତଦାନ । କିଛି ଦିନ ପୂର୍ବରୁ ଯେପରି ପଞ୍ଚାୟତ ନିର୍ବାଚନ ସମୟରେ ଅନେକ ଯାଗାରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା , ସେହିପରି ପୌର ନିର୍ବାଚନରେ ମଧ୍ୟ ବିଭିନ୍ନ ସ୍ଥାନରେ ହିଂସା ଘଟିଥିବା ଖବର ସାମ୍ନାକୁ ଆସିଛି । ପୌର ଭୋଟ ବେଳେ ପିପିଲି ଏନ୍‌ଏସିର ୭ ନମ୍ବର ୱାର୍ଡରେ ୯ ନମ୍ବର ବୁଥ୍ ରେ  ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଏହି ହିଂସାରେ ଏଜେଣ୍ଟକୁ ଆକ୍ରମଣ କରାଯାଇଥିବା ନଜର ଆସିଛି ।

ସୂଚନା ଅନୁଯାୟୀ , ମତଦାତାମାନେ ନିଜ ନିଜର ମତଦାନ କରୁଥିବା ସମୟରେ ବିଜେପି ଏଜେଣ୍ଟ ଅନୀଲ ସିଂଙ୍କୁ ବିପକ୍ଷ ଦଳର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣ ଫଳରେ ଅନିଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆହତ ଏଜେଣ୍ଟ ଜଣକ ଅତ୍ୟନ୍ତ ଗୁରୁତର ଥିବାରୁ ଚିକିତ୍ସା ପାଇଁ ପିପିଲି ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାପରେ ୯ ନମ୍ବର ବୁଥରେ ଉତ୍ତେଜନା ସୃଷ୍ଟି ହୋଇଛି ।

Show More

Related Articles

Back to top button