Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର

ବିବାହ ପୂର୍ବରୁ ଅଫେରା ରାସ୍ତାକୁ ଚାଲିଗଲେ ଦୁଇ ପ୍ରେମୀଯୁଗଳ

ହେଲେ ସବାରୀ ଉଠିବା ଆଗରୁ ଉଠିଲା ଶବ।

ଦୁଇ ପ୍ରେମୀ ଯୁଗଳଙ୍କ ଭଲ ପାଇବାକୁ ସ୍ୱୀକୃତି ଦେଇଥିଲେ ପରିବାର ଲୋକ। ତାଙ୍କ ଭଲପାଇବାକୁ ଦୁଇ ପରିବାର ସ୍ୱୀକାର କରିଥିଲେ । ଏବଂ ତାଙ୍କ ବାହାଘର ପାଇଁ ସ୍ୱୀକୃତି ମଧ୍ୟ ଦେଇଥିଲେ । ହେଲେ ସବାରୀ ଉଠିବା ଆଗରୁ ଉଠିଲା ଶବ। ଉଭୟ ହାତ ଧରାଧରି ହୋଇ ଚାଲିଗଲେ ଅଫେରା ରାସ୍ତାରେ। ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ପରେ ଦୁଇ ପରିବାରରେ ଖେଳି ଯାଇଛି ଶୋକର ଛାୟା। ଏହି ହୁଇ ପ୍ରେମୀଯୁଗଳ ହେଉଛନ୍ତି ଖଡ଼ିଆଳ ଗାଁର ରୁବି ଭୋଇ ଓ ସିନାପାଲି ହାତିବନ୍ଧ ଗ୍ରାମର କ୍ଷୀରସିନ୍ଧୁ କାଣ୍ଡ ପରସ୍ପରକୁ ଭଲ ପାଉଥିଲେ। ଫେବୃଆରୀ ୨୫ ତାରିଖରେ ହୋଇଥିଲା ନିର୍ବନ୍ଧ। ଜୁନ୍‌ ମାସରେ ହୋଇଥାଆନ୍ତା ବାହାଘର। ବଧୂ ବେଶରେ ସଜେଇ ହୋଇ କ୍ଷୀରସିନ୍ଧୁଙ୍କ ଘରକୁ ଯାଇଥାଆନ୍ତେ ରୁବି। ହେଲେ ତା’ ପୂର୍ବରୁ ଏମିତି କିଛି ଘଟଣା ଘଟିବ ବୋଲି କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି।

ମୃତ ମାଆଙ୍କ ବୀମା ରାଶି ବିଷୟରେ ବୁଝିବା ପାଇଁ ରୁବି ଭୋଇ ଆଜି ପ୍ରେମିକ କ୍ଷୀରସିନ୍ଧୁଙ୍କ ସହିତ ବାଇକ୍‌ରେ ବଲାଙ୍ଗୀର ଯାଇଥିଲେ। ସେଠାରୁ ସେମାନେ ଫେରୁଥିବା ବେଳେ ଅଧା ରାସ୍ତାରେ ମାଡ଼ି ବସିଲା ମୃତ୍ୟୁ ! ପାଟଣାଗଡ-କଣ୍ଟାବାଞ୍ଜି ରାସ୍ତାର ସାଲେପାଲି ଛକ ନିକଟ ସମ୍ମୁଖରୁ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ କ୍ଷୀରସିନ୍ଧୁଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ରୁବିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣାଗଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Show More

Related Articles

Back to top button