ମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ହୃଦଘାତରେ ସଲମାନ ଖାନଙ୍କ ବଡି ଡବଲ ସାଗର ପାଣ୍ଡେଙ୍କ ଦେହାନ୍ତ

ବଲିଉଡ ଅଭିନେତା ସଲମାନ ଖାନ ଆଜି ଏକ ପୋଷ୍ଟ ଶେୟାର କରି କହିଛନ୍ତି ତାଙ୍କ ସହ ଫିଲ୍ମ କରୁଥିବା ତାଙ୍କ ବଡି ଡବଲ ସାଗର ପାଣ୍ଡେଙ୍କର ହୃଦଘାତରେ ପରଲୋକ ହୋଇଛି। ସେ ଏକ ଜିମ୍‌ରେ ବ୍ୟାୟାମ କରୁଥିବାବେଳେ ତାଙ୍କର ହଠାତ ହୃଦଘାତ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ୫୦ ବର୍ଷ ହୋଇଥିବାବେଳେ ସେ ସଲମାନଙ୍କ ସହ ପ୍ରାୟ ୫୦ରୁ ଅଧିକ ଫିଲ୍ମରେ ନଜର ଆସିଛନ୍ତି। ସଲମାନ ଖାନ ମଧ୍ୟ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁ ଖବରରେ ବଲିଉଡ ସହ ଭୋଜପୁରି ଜଗତରେ ଶୋକର ଛାୟା ଖେଳିଯାଇଛି। ସଲମାନଙ୍କ `ବଜରଙ୍ଗୀ ଭାଇଜାନ’, `ଟ୍ୟୁବଲାଇଟ୍‌’, `ପ୍ରେମରତନ ଧନ ପାୟୋ’, `ଦବଙ୍ଗ’ ଏବଂ ଟେଲିଭିଜନ ରିଆଲିଟି ସୋ ବିଗ୍‌ବସରେ ନଜର ଆସିଥିଲେ। ସାଗର ହେଲେ ଉତ୍ତରପ୍ରଦେଶର ପ୍ରତାପଗଡ଼ ବାସୀନ୍ଦା। ସେ ମୁମ୍ବାଇରୁ ଅଭିନେତା ହେବାକୁ ଆସିଥିଲେ। କିନ୍ତୁ ସେଥିରେ ତାଙ୍କୁ ସଫଳତା ନ ମିଳିବାରୁ ସେ ବଡି ଡବଲ ଭାବେ ନିଜର ଗୁଜରାଣ ମେଣ୍ଟାଉଥିଲେ। ସେ ଅବିବାହିତ ଥିଲେ। ସେମାନେ ୫ ଭାଇ। ଅନ୍ୟ ଭାଇଙ୍କର ଆର୍ଥିକ ଅବସ୍ଥା ସେତେ ଭଲ ନାହିଁ। ସାଗର ଘରର ସମସ୍ତ ଖର୍ଚ୍ଚ ଉଠାଉଥିଲେ। ଏବେ ତାଙ୍କ ମୃତ୍ୟୁରେ ପରିବାର ଲୋକଙ୍କୁ ଶକ୍ତ ଝଟକା ଲାଗିଛି। ୨୦୨୦ରେ କରୋନା କଟକଣା ଚାଲିଥିବାବେଳେ ତାଙ୍କ କାମରେ ବହୁତ ପ୍ରଭାବ ପଡ଼ିଥିଲା। ସେ ସେଥିପାଇଁ ବହୁତ ହଇରାଣ ହେଉଥିଲେ। ସଲମାନ ଖାନ ତାଙ୍କୁ ସେତେବେଳେ ସହାୟତା ପ୍ରଦାନ କରିଥିଲେ।

Show More

Related Articles

Back to top button