ଦେଶମନୋରଞ୍ଜନ

ବଦଳିଲା ‘ମୈଦାନ୍’ର ରିଲିଜ୍ ଡେଟ୍,ପୁଣି ଏକ ନୂଆ ତାରିଖରେ ହେବ ମୁକ୍ତିଲାଭ

ନିକଟରେ ‘ତନହାଜୀ’ ପାଇଁ ଅଜୟ ଦେବଗନ୍ ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ବର୍ତ୍ତମାନ ଏହି ସର୍ବୋଚ୍ଚ ସମ୍ମାନ ପାଇବା ପରେ ଅଜୟ ଦେବଗନ ତାଙ୍କର ଆଗାମୀ କ୍ରୀଡା ଡ୍ରାମା ଚଳଚ୍ଚିତ୍ର ‘ମୈଦାନ୍’ର ନୂଆ ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି ।
ତେବେ ପୂର୍ବରୁ ଏହି ଚଳଚ୍ଚିତ୍ରଟି ଜୁନରେ ପରଦାରେ ଆସିବାର ଥିଲାବେଳେ ପୁଣି ଏକ ନୂଆ ତାରିଖରେ ମୁକ୍ତିଲାଭ ହେବ ବୋଲି ସୂଚନା ମିଳିଛି । ଫିଲ୍ମର ନୂଆ ରିଲିଜ୍ ଡେଟ୍ ଘୋଷଣା କରି ଅଜୟ ଦେବଗନ୍ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି, ଫେବୃଆରୀ ୧୭,୨୦୨୩ ରେ ‘ମୈଦାନ’ ରିଲିଜ୍ ହେଉଛି ।

ଅଜୟ ଦେବଗନଙ୍କ ଟ୍ୱିଟ ଅନୁଯାୟୀ ବର୍ତ୍ତମାନ ‘ମୈଦାନ’ ଆସନ୍ତା ବର୍ଷ ଫେବୃଆରୀ ୧୭ ରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ଅମିତ ଶର୍ମା ନିର୍ଦ୍ଦେଶନା ଦେଇଥିବାବେଳେ ବୋନି କପୁର ଏହି ଫିଲ୍ମର ନିର୍ମାତା ଅଟନ୍ତି । ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ସାଇଭିନ କ୍ୱାଦ୍ରାସ ଓ ସଂଳାପ ଲେଖିଛନ୍ତି ରିତେଶ ଶାହା ।

Show More

Related Articles

Back to top button