ଦେଶସ୍ୱତନ୍ତ୍ର

ଭାରତରେ ୫ଜି ଲଞ୍ଚ ପରେ ବଡ ଘୋଷଣା କଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ

ଅପେକ୍ଷାର ଅନ୍ତ ଘଟିଛି । ଆଜି ଭାରତରେ ୫ଜି ଲଞ୍ଚ ହୋଇଛି । ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ର ଷଷ୍ଠ ସଂସ୍କରଣର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ୧୩ଟି ସହରରେ 5G ଲଞ୍ଚ କରାଯିବ ।
ଏହି ସମୟରେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଶନିବାର ଘୋଷଣା କରିଛନ୍ତି ଯେ ଜିଓ ଡିସେମ୍ବର ୨୦୨୩ ସୁଦ୍ଧା ସମଗ୍ର ଭାରତରେ 5G ଟେଲିଫୋନି ସେବା ଆରମ୍ଭ କରିବ।  ପ୍ରତ୍ୟେକ ସହରରେ, ପ୍ରତ୍ୟେକ ତାଲୁକାରେ 5G ରହିବ ବୋଲି ମୁଁ ପ୍ରତିଶୃତି ଦେଉଛି ।
ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ଯେ, 5G ହେଉଛି ମୌଳିକ ପ୍ରଯୁକ୍ତିବିଦ୍ୟା ଯାହାକି ଅନ୍ୟ ଏକବିଂଶ ଶତାବ୍ଦୀର ଟେକ୍ନୋଲୋଜିର ସମ୍ପୂର୍ଣ୍ଣ ସମ୍ଭାବନାକୁ ଖୋଲିଥାଏ ଯେପରିକି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍, ରୋବୋଟିକ୍ସ, ବ୍ଲକ୍ ଚେନ୍ ଏବଂ ମେଟାଭର୍ସ। ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ଯାହା ଦେଖାଇଛୁ ସେଥିପାଇଁ ଆମେ ଗର୍ବିତ।
Show More

Related Articles

Back to top button