ମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟିସ୍ୱାସ୍ଥ୍ୟ

ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ସଲମାନ ଖାନ୍‌

ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାନ୍ ଅସୁସ୍ଥ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ଗତ ୪ରୁ ୫ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ତାଙ୍କୁ ଡେଙ୍ଗା ହେବା ଯୋଗୁଁ ତାଙ୍କ ଫିଲ୍ମ ଓ ଶୋ’ର ଶୁଟିଂକୁ ବନ୍ଦ କରି ଦିଆଯାଇଛି। ଏଥିପାଇଁ ଆସନ୍ତା କିଛି ସପ୍ତାହ ଆଉ ବିଗ୍ ବସ୍ -୧୬ ହୋଷ୍ଟ କରିବେ ନାହିଁ। କିନ୍ତୁ ସଲମାନଙ୍କ ଅନୁପସ୍ଥିତିରେ କରଣ ଜୋହର ବର୍ତ୍ତମାନ ଏହି ଶୋ’ ହୋଷ୍ଟ କରିବେ ବୋଲି ମଧ୍ୟ ଖବର ରହିଛି। କରଣ ଜୋହର ତାଙ୍କ ସ୍ଥାନ ନେବେ। ଇଟାଇମ୍ସ ସୂଚନା ଅନୁଯାୟୀ ସଲମାନ ଖାନଙ୍କୁ ଡେଙ୍ଗୁ ହୋଇଛି। ଅଭିନେତା ସୁସ୍ଥ ନହେବା ପର୍ଯ୍ୟନ୍ତ କରଣ ଜୋହର ଶୋ’ ହୋଷ୍ଟ କରିବେ। ସୂଚନା ମୁତାବକ, ସଲମାନ ଖାନ୍ ଗତ ଦୁଇ ସପ୍ତାହ ହେଲା ଫିଲ୍ମ ‘କିସି କା ଭାଇ, କିସି କା ଜାନ୍‌’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଥିଲା। ସଲମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ଶୁଟିଂକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ସେପଟେ ସଲମାନଙ୍କୁ ଡେଙ୍ଗୁ ହୋଇଥିବା ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍‌ମାନେ ଦୁଃଖରେ ଭାଙ୍ଗି ହୋଇପଡିଛନ୍ତି। ଖୁବ୍ ଶୀଘ୍ର ସେ ସୁସ୍ଥ ହୋଇଯାଆନ୍ତୁ ବୋଲି ତାଙ୍କ ଫ୍ୟାନ୍‌ମାନେ ତାଙ୍କ ଆରୋଗ୍ୟ ପାଇଁ କାମନା କରିଛନ୍ତି।

Show More

Related Articles

Back to top button