ଖେଳଦେଶଦେଶ ବିଦେଶ

ଆଜିଠାରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପର ସୁପର-୧୨ ଫାଇଟ୍

ଆଜିଠାରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପର ସୁପର-୧୨ ଫାଇଟ୍ । ପ୍ରଥମ ପର୍ଯ୍ୟାୟ ସିଡନୀରେ ଆରମ୍ଭ ହେବାକୁ ଥିବାବେଳେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମୁକାବିଲା ଆଜି ହେବ । ସେହିପରି ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ଓ ଆଫଗାନିସ୍ତାନ ସହ ଟକ୍କର ଦେଖିବାକୁ ମିଳିବ । ତେବେ ଆସନ୍ତା ୨୩ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ ।

ଚଳିତ ବିଶ୍ୱକପରେ ମୋଟ ୧୬ଟି ଟିମ୍ ଭାଗ ନେଇଥିବା ବେଳେ ୱେଷ୍ଟଇଣ୍ଡିଜ, ସ୍କଟଲାଣ୍ଡ, ନାମିବିଆ ଓ ୟଏଇ କ୍ୱାଲିଫାଇଂ ରାଉଣ୍ଡରୁ ବିଦାୟ ନେଇଛନ୍ତି । କ୍ୱାଲିଫାଇଂ ରାଉଣ୍ଡ ମାଧ୍ୟମରେ ଜିମ୍ବାୱେ, ଶ୍ରୀଲଙ୍କା, ନେଦରଲାଣ୍ଡ ଓ ଆୟରଲ୍ୟାଣ୍ଡ ସୁପର-୧୨ରେ ସ୍ଥାନ ବଜାୟ ରଖିଛନ୍ତି । ଏହି ଚାରିଟି ଟିମ୍ ମଧ୍ୟରୁ ଜିମ୍ବାୱେ ଓ ନେଦରଲାଣ୍ଡ ଭାରତର ଗ୍ରୁପ-୨ରେ ସ୍ଥାନ ପାଇଛନ୍ତି । ଶ୍ରୀଲଙ୍କା ଓ ଜିମ୍ବାୱେ ଗ୍ରୁପ-୧ରେ ସ୍ଥାନ ପାଇଛନ୍ତି ।

ସୁପର-୧୨ର ଗ୍ରୁପ-୧ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଆୟରଲାଣ୍ଡ, ଆଫଗାନିସ୍ତାନ ରହିଛନ୍ତି । ସେହିପରି ଗ୍ରୁପ-୨ରେ ଭାରତ, ପାକିସ୍ତାନ, ସାଉଥ ଆଫ୍ରିକା, ବାଂଲାଦେଶ, ନେଦରଲାଣ୍ଡ, ଜିମ୍ବାୱେ ରହିଛନ୍ତି । ସୁପର-୧୨ ଷ୍ଟେଜରେ ମୋଟ ୩୦ଟି ମ୍ୟାଚ ଆୟୋଜିତ ହେବ । ପ୍ଲେ ଅଫ୍ ଷ୍ଟେଜରେ ୩ଟି ମ୍ୟାଚ ଖେଳାଯିବ । ସିଡନୀ, ହୋବାର୍ଟ, ମେଲବର୍ଣ୍ଣ, ଏଡିଲେଡ ଓ ବ୍ରିସବେନରେ ସମସ୍ତ ମ୍ୟାଚ ଖେଳାଯିବ । ସେମିଫାଇନାଲ ମ୍ୟାଚ ଏଡିଲେଡ ଓ ସିଡନୀ ଗ୍ରାଉଣ୍ଡରେ, ଫାଇନାଲ ମେଲବର୍ଣ୍ଣରେ ଖେଳାଯିବ । ନଭେମ୍ବର ୯ରେ ପ୍ରଥମ ସେମିଫାଇନାଲ, ନଭେମ୍ବର ୧୦ରେ ଦ୍ୱିତୀୟ ସେମିଫାଇନାଲ ଓ ନଭେମ୍ବର ୧୩ରେ ଫାଇନାଲ ମ୍ୟାଚ ଖେଳାଯିବ ।

ଅନ୍ୟପକ୍ଷରେ, ଆଜିର ଟିମ୍ ଅଷ୍ଟ୍ରେଲିଆ ଆଘାତ ସମସ୍ୟାରେ ଛନ୍ଦି ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ତୁଳନାରେ ଭଲ ସ୍ଥିତିରେ ରହିଛି । ସୁପର-୧୨ ପର୍ଯ୍ୟାୟ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଅତିରିକ୍ତ ୱିକେଟକିପର ବ୍ୟାଟ୍‌ସମ୍ୟାନ୍ ଜୋସ ଇଙ୍ଗ୍‌ଲିସ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ସାମିଲ କରାଯାଇଛି । ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଅଷ୍ଟ୍ରେଲିଆ ବେଶ୍ ସନ୍ତୁଳିତ ମନେ ହେଉଛି ।

 

Show More

Related Articles

Back to top button