Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ପରମାଣୁ ଅସ୍ତ୍ର ଛାଡିବାକୁ ରୁଷର ଧମକ

ଯଦି ୟୁକ୍ରେନକୁ କେହି ସାହାର୍ଯ୍ୟର ହାତ ବଢାଇବ ତେବେ ଆଜି ରୁଷ ପୁଣିଥରେ ପୂରା ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି।

ଯଦି ୟୁକ୍ରେନକୁ କେହି ସାହାର୍ଯ୍ୟର ହାତ ବଢାଇବ ତେବେ ଆଜି ରୁଷ ପୁଣିଥରେ ପୂରା ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି। ରୁଷର ବୈଦେଶିକ ମନ୍ତ୍ରୀ ସର୍ଜେଇ ଲଭରୋଭ ପରମାଣୁ ଅସ୍ତ୍ର ଓ ତୃତୀୟ ବିଶ୍ୱଯୁଦ୍ଧ ସମ୍ପର୍କରେ କହିଛନ୍ତି। ଲାଭରୋଭ କହିଛନ୍ତି, ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ଏଥିରେ ପରମାଣୁ ଅସ୍ତ୍ରର ବ୍ୟବହାର ହୋଇପାରେ।  ସେ କହିଛନ୍ତି, ଯଦି ଏଭଳି ହୁଏ ତେବେ ବିନାଶକାରୀ ପ୍ରମାଣିତ ହେବ। ଲାଭରୋଭ ନିଜର ବିବୃତିରେ କହିଛନ୍ତି, ଗତ ସପ୍ତାହରେ ରୁଷ ୟୁକ୍ରେନ୍ ବିରୋଧରେ ସ୍ପେଶାଲ ମିଲିଟାରୀ ଅପରେସନ୍‌ ଆରମ୍ଭ କରିଥିଲା। ଯଦି ୟୁକ୍ରେନ୍ ପରମାଣୁ ଅସ୍ତ୍ର ହାସଲ କରେ ତେବେ ଏହା ରୁଷ ପାଇଁ ଏକ ବଡ ବିପଦ ହେଇପାରେ ।

ଅନ୍ୟପଟେ ରୁଷର ସେନା ୟୁକ୍ରେନର ରାଜଧାନୀ କିଭ୍ ଉପରେ ଲଗାତାର ବୋମା ଏବଂ ମିସାଇଲ୍ ମାଡ କରି ଚାଲିଛନ୍ତି । ଏହା ବ୍ୟତୀତ ଖେରସନ ସହରକୁ ମଧ୍ୟ ରୁଷ ସେନା କବଜା କରିନେଇଛନ୍ତି। ଏପରିକି ଖାରକିଭ ପର୍ଯ୍ୟନ୍ତ ଏହାର ସେନାମାନେ ପହଞ୍ଚି ଗଲେଣି ।

Show More

Related Articles

Back to top button