Breaking PLUSଓଡ଼ିଶାଜୀବନଚର୍ଯ୍ୟାଦେଶମୁଖ୍ୟ ଖବରସେଲିବ୍ରିଟି

କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ବିଳାସ ମୟ ଜୀବନ

ଟିମ୍‌ ଇଣ୍ଡିଆର କ୍ରିକେଟର ତାରକା ମାନଙ୍କ ମଧ୍ୟରୁ ରବିନ୍ଦ୍ର ଜାଡେଜା ଜଣେ ଭାରତର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର କ୍ରିକେଟର ।

ଟିମ୍‌ ଇଣ୍ଡିଆର କ୍ରିକେଟର ତାରକା ମାନଙ୍କ ମଧ୍ୟରୁ ରବିନ୍ଦ୍ର ଜାଡେଜା ଜଣେ ଭାରତର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର କ୍ରିକେଟର । ଗତ କିଛି ବର୍ଷ ମଧ୍ୟରେ ସେ ଭାରତୀୟ ଦଳ ଲାଗି ମ୍ୟାଚ୍‌ ବିଜେତା ଭାବେ ଉଭା ହୋଇଛନ୍ତି ବୋଲି କହିବା ଅତ୍ୟୁକ୍ତି ହେବ ନାହିଁ। ଜାଡେଜା ହେଉଛନ୍ତି ଗୁଜରାଟର ଜାମନଗରର ବାସିନ୍ଦା। ସେ ତାଙ୍କ ସହରର ଜଣେ ପ୍ରସିଦ୍ଧ ବ୍ୟକ୍ତି । ଜାମନଗରରେ ଥିବା ଜାଡେଜାଙ୍କ ବଙ୍ଗଳା କୌଣସି ରାଜପ୍ରାସାଦଠାରୁ ବି କମ୍ ନୁହେଁ। ଜାଡେଜାଙ୍କ ବଙ୍ଗଳା ରାଜପ୍ରସାଦ ଭଳି। ଜାଡେଜାଙ୍କ ଘରେ ଏକରୁ ବଳି ଏକ ଦାମୀ ସାଜସଜ୍ଜା ସାମଗ୍ରୀ ରହିଛି। ତାଙ୍କ ବାସଭବନରେ ଏକ ପ୍ଲସ ସୋଫା ଅଛି। ବଙ୍ଗଳାରେ ଏକ ବିଶାଳ ଡାଇନିଂ କ୍ଷେତ୍ର ଅଛି, ଯାହା ଏକ ରାଜକୀୟ ଅନୁଭବ ଦେଇଥାଏ । ରବିନ୍ଦ୍ର ଜାଡେଜାଙ୍କର ଏକ ଫାର୍ମ ହାଉସ ମଧ୍ୟ ଅଛି, ଯାହା ର ନାଁ ‘ମି.ଜଡ୍ଡୁ ଫାର୍ମ ହାଉସ୍‌’। ତାଙ୍କ ଫାର୍ମ ହାଉସରେ ସେ ଅଧିକାଂଶ ସମୟ ନିଜ ଘୋଡା ସହିତ ବିତାଉଥିବାର ଦେଖାଯାଏ। ଏହାର ଅନେକ ଫଟୋ ଏବଂ ଭିଡିଓ ସେ ନିଜର ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। କୌଁଣସି ଗୁଣରେ କମ୍ ନୁହନ୍ତି ସେ । ରାଜକୀୟ ଜୀବନ ବିତାଉଛନ୍ତି ଜାଡେଜା । ସୋସିଆଲ ମିଡିଆରୁ ତାଙ୍କ ଫଟୋ ଦେଖି ଯାହା ଜଣାପଡିଲା ତାଙ୍କ ଜୀବନରେ ସେ ବହୁତ ଖୁସିରେ ଅଛନ୍ତି  ।

Show More

Related Articles

Back to top button