ଦୁର୍ଘଟଣାଦେଶଦେଶ ବିଦେଶମୁଖ୍ୟ ଖବର

ୟୁକ୍ରେନ ସୀମା ଛାଡିଲେ ୧୭ ହଜାର ଭାରତୀୟ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଦେଲେ ଏହି ସୂଚନା

ନୂଆଦିଲ୍ଲୀ: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧକୁ ୭ଦିନ ପୁରିଲାଣି ।କେଉଁଠି ମିସାଇଲ ମାଡ ତ ପୁଣି କେଉଁଠି ବୋମାମାଡ । ଦିନକୁ ଦିନ ଭୟଙଅକର ହେଉଛି ପରିସ୍ଥିତି । ଏହାମଧ୍ୟରେ  ୟୁକ୍ରେନରେ ଫସିରହିଥିବା ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ଏପରି ସ୍ଥଳେ ଜାରି ରହିଥିବା ଉଦ୍ଧାର ଅଭିଯାନ ‘ଅପରେସନ ଗଙ୍ଗାର’ ଅଗ୍ରଗତି ନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବାଗଚି କହିଛନ୍ତି ବର୍ତ୍ତମାନ ସୁଦ୍ଧା ୧୭ ହଜାର ଭାରତୀୟ ୟୁକ୍ରେନ ସୀମା ଛାଡି ସାରିଲଣି। ୨୪ ଘଣ୍ଟା ମଧ୍ୟରେ ୬ଟି ବିମାନ ଆସି ଭାରତରେ ପହଞ୍ଚିସାରିଛି । ମୋଟ ୧୫ଟି ବିମାନ ଭାରତ ଆସିସାରିଲାଣି । ଯେଉଁଥିରେ ମୋଟ ୩୩୫୨ ଜଣ ସ୍ବଦେଶ ଫେରିଛନ୍ତି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆଉ ୧୫ଟି ବିମାନ ଭାରତରେ ପହଞ୍ଚିବାର ଯୋଜନା କରାଯାଇଛି। ଉଦ୍ଧାର ହୋଇଥିବା ଭାରତୀୟଙ୍କ ମଧ୍ୟରେ ସମସ୍ତେ ପଞ୍ଜୀକୃତ ମଧ୍ୟ ନୁହଁନ୍ତି । ସେହିପରି ଏବେ ଏହି ଅପରେସନକୁ ଆହୁରି ବ୍ୟାପକ କରାଯାଉଛି । ସମସ୍ତ ଭାରତୀୟଙ୍କ ସୁରକ୍ଷା ଓ ନିରାପଦ ପ୍ରତ୍ୟାବର୍ତ୍ତନ ଭାରତର ପ୍ରମୁଖ ପ୍ରାଥମିକତା । ଏହି ଦିଗରେ ସମସ୍ତ ଯଥା ସମ୍ଭବ ଉଦ୍ୟମ ଭାରତ ଜାରି ରଖିଛି ବୋଲି ସେ ସୂଚନା ଦେଇଛନ୍ତି ।

Show More

Related Articles

Back to top button