Breaking PLUSଦେଶମୁଖ୍ୟ ଖବର

ଟି-20 ବିଶ୍ୱକପ 2024ରେ ଭାରତର ନେତୃତ୍ୱ ନେବେ ରୋହିତ ଶର୍ମା

ରାଜକୋଟ, 15 ଫେବୃଆରୀ- ରୋହିତ ଶର୍ମା 2024 ପୁରୁଷ ଟି-20 ବିଶ୍ୱକପରେ ଭାରତର ନେତୃତ୍ୱ ନେବେ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସଚିବ ଜୟ ଶାହ ବୁଧବାର ରାଜକୋଟରେ ଏକ କାର୍ଯ୍ୟକ୍ରମରେ ମିଡିଆ ସହ ଆଲୋଚନା କରିବା ବେଳେ ଏହା କହିଛନ୍ତି ।
ଦ୍ୱିତୀୟ ଥର ବାଇଁ ରୋହିତ ଶର୍ମା ଟି-20 ବିଶ୍ୱକପରେ ଭାରତର ନେତୃତ୍ୱ ନେବେ । 2022ରେ ସେ ନେତୃତ୍ୱ ନେଇଥିଲେ ।
ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସେମି ଫାଇନାଲରେ ଇଂଲଣ୍ଡଠାରୁ ହାରିଯାଇଥିଲା । ଏହାପରେ ରୋହିତ ଟି-20ରେ ଦେଖାଯାଇନଥିଲେ । ସେ 2023ରେ ଗୋଟିଏ ବି ଟି-20 ଖେଳିନଥିଲେ । କିନ୍ତୁ ଆଫଗାନିସ୍ତାନ ବିରୁଦ୍ଧରେ ନେତୃତ୍ୱ ନେବା ପାଇଁ ତାଙ୍କୁ 2024, ଜାନୁୟାରୀରେ ପୁଣି ଡକାଯାଇଥିଲା ।

Show More

Related Articles

Back to top button