Breaking PLUSଦେଶମୁଖ୍ୟ ଖବର

କତାର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦି

ନୂଆଦିଲ୍ଲୀ, 15 ଫେବୃଆରୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୋହାରେ କତାରର ପ୍ରଧାନମନ୍ତ୍ରୀ ଓ ବୈଦେଶିକମନ୍ତ୍ରୀ ଶେଖ୍ ମହମ୍ମଦ ବିନ ଅବଦୁଲରହମାନ ଅଲ ଥାନୀଙ୍କୁ ସାକ୍ଷାତ କରିଛନ୍ତି । ବୈଦେଶିକ ମନ୍ତ୍ରାଳୟ ଅନୁସାରେ ଦୁଇ ନେତା ବ୍ୟାପାର, ନିବେଶ, ଶକ୍ତି, ଅର୍ଥ ଓ ପ୍ରଦ୍ୟୋଗିକ ପରି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଉପରେ ବିଚାରର ଆଦାନ-ପ୍ରଦାନ କରିଛନ୍ତି । ସେ ପଶ୍ଚିମ ଏସିଆରେ କ୍ଷେତ୍ରୀୟ ବିକାଶ ଉପରେ ଚର୍ଚ୍ଚା କରିଛନ୍ତି । ଏହାସହିତ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ଏହାପରେ ପ୍ରଧାନମନ୍ତ୍ରୀ କତାରର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତାଙ୍କ ସମ୍ମାନରେ ଆୟୋଜିତ ନୈଶ୍ୟଭୋଜିରେ ଭାଗ ନେଇଥିଲେ । ପ୍ରଧାନମନ୍ତ୍ରୀ କାଲି କତାର ଅଧିକାରିକ ଯାତ୍ରାରେ ଦୋହାରେ ପହଞ୍ଚିଥିଲେ । ଏହା ପ୍ରଧାନମନ୍ତ୍ରୀଙ୍କ କତାରକୁ ଦ୍ୱିତୀୟ ଗସ୍ତ ଅଟେ । 2016ରେ ସେ କତାର ଗସ୍ତ କରିଥିଲେ ।

Show More

Related Articles

Back to top button