ବାଣିଜ୍ୟ

ରିଲାଏନ୍‌ସ ଜୁଏଲ୍‌ସ ପକ୍ଷରୁ ୧୪ତମ ବର୍ଷପୂର୍ତୀ ପାଳନ ଅବସରରେ “ଆଭାର’ ଆନିଭର୍ସାରି କଲେକ୍‌ସନର ଶୁଭାରମ୍ଭ

ରିଲାଏନ୍ସ ଜୁଏଲ୍ସ, ଏହାର ସ୍ୱତନ୍ତ୍ର ଜୁଏଲାରୀ କଲେକ୍ସନ“ଆଭାର” ର ସଂପ୍ରସାରିତ ସମ୍ଭାରର ଶୁଭାରମ୍ଭ କରିବା ସହିତ ଏହାର ୧୪ତମ ବାର୍ଷିକିର ପାଳନ କରୁଛି ।ଏହି କଲେକ୍ସନର ଶୁଭାରମ୍ଭ ସହିତ, ରିଲାଏନ୍ସ ଜୁଏଲ୍ସ ଗ୍ରାହକମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ଓ ଏହାର ଥିମ୍ ରହିଛି “ସମ୍ପର୍କର ଡୋରି‘ (#RishtonKaDhaga), ଯାହା ଗ୍ରାହକ, କର୍ମଚାରୀ ଓ କାରିଗରମାନଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରୁଛି ।

ଚଳିତ ବର୍ଷର କଲେକ୍ସନ ତାରକସି, ମାକରେମ୍ ଓ କ୍ରୋଚେଟ୍ ଦ୍ୱାରା ଅନୁପ୍ରେରିତ ଯାହାକି ପ୍ରେମ, ବିଶ୍ୱାସ ଓ ଏକତାକୁ ଦର୍ଶାଇଥାଏ ।ଏହି କଲେକ୍ସନରେ ରହିଛି ସ୍ୱତନ୍ତ୍ର ହାତ ତିଆରି ସୁନା ଓ ହୀରା ଅଳଙ୍କାର ଇୟରିଂ ଡିଜାଇନ୍‌ । ଏଥିରେ ରହିଛି ପାରମ୍ପରିକ ଓ ସମସାମୟିକ ଡାଙ୍ଗଲର୍ସ, ଫ୍ରିଞ୍ଜେସ୍‌, ଟପ୍ ଓ ଡ୍ରପ୍ସର ମିଶ୍ରଣ, ଚାନ୍ଦେଲିୟର୍ସ, ଝୁମକି, ଷ୍ଟଡ ଓ ଚାନ୍ଦବାଲିସ୍ ।ନୂତନ କାନର କଲେକ୍ସନର ଶୁଭାରମ୍ଭ ସହିତ, ରିଲାଏନ୍‌ସ ଜୁଏଲ୍ସ ମଧ୍ୟ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ୱତନ୍ତ୍ର ଆନିଭର୍ସାରି ଅଫରର ଘୋଷଣା କରିଛି ଯେଉଁଥିରେ ସୁନା ଗହଣାର ଗଢ଼ା ମଜୁରୀରେ ଓ ହୀରା ଗହଣାର ମୂଲ୍ୟରେ ୨୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି ।ଏହି “ଆଭାର” କଲେକ୍ସନ #RishtonKaDhaga କୁ ଗୁରୁତ୍ୱ ପ୍ରଦାନ କରିଥାଏ । “ଆଭାର” ସହିତ ଏହାର ଟ୍ୟାଗ୍ ଲାଇନ୍ ହେଉଛି “ଯାହା ଆମକୁ ଆପଣଙ୍କ ସହିତ ଓ ଆପଣଙ୍କୁ ଆମ ସହିତ ବାନ୍ଧି ରଖିଛି”, “ଯାହା ଦକ୍ଷତା ଓ ପ୍ରେମକୁ ଗୋଟିଏ ତାରରେ ବାନ୍ଧିଥାଏ” । ରିଲାଏନ୍ସ ଜୁଏଲ୍ସ ଏହାର ବ୍ରାଣ୍ଡ୍ ଉପରେ ବିଶ୍ୱାସ ସ୍ଥାପନ କରିଥିବାରୁ ଏହାର ଗ୍ରାହକମାନଙ୍କୁ ଧନ୍ୟବାଦ ଜଣାଉଛି ଓ ଏହା ସହିତ ଏହାର ଗହଣାର ଆକର୍ଷଣୀୟ କଳାକୃତିକୁ ଗ୍ରାହକମାନେ ବହୁତ ଭଲ ପାଇବା ପ୍ରଦାନ କରିଛନ୍ତି । “ସମ୍ପର୍କର ଡୋରି‘ (#RishtonKaDhaga) ହେଉଛି ଏକ ମଲ୍ଟିମିଡିଆ କ୍ୟାମ୍ପେନ ଯେଉଁଥିରେ ରହିଛି ୧ ମିନିଟର ଫିଲ୍ମ ଯେଉଁଥିରେ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଏହାର ଗ୍ରାହକ, କାରିଗର, ଡିଜାଇନର, କର୍ମଚାରୀଙ୍କ ପାଇଁ ସୁନ୍ଦର ବାର୍ତା ରହିଛି । https://www.youtube.com/watch?v=RBVwg853pkY

ଏହି କଲେକ୍ସନ ସମ୍ପର୍କରେ ସୂଚନା ପ୍ରଦାନ କରି ସୁନିଲ୍ ନାୟକ, ସିଇଓ, ରିଲାଏନ୍ସ ଜୁଏଲ୍ସ କହିଛନ୍ତି ଯେ, “ଏହି କଲେକ୍ସନ ଓ କ୍ୟାମ୍ପେନ ମାଧ୍ୟମରେ ଆମେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ ଯେଉଁମାନେ ଆମକୁ ସହଯୋଗ କରିଛନ୍ତି ଓ ଆମ ଉପରେ ସେମାନଙ୍କର ବିଶ୍ୱାସ ସ୍ଥାପନ କରିଛନ୍ତି । ଆମେ ଅଧିକ ବିଶ୍ୱାସ ସହିତ ଆମର ଏହି ସମ୍ପର୍କକୁ ଆହୁରି ଦୃଢ଼ୀଭୂତ କରିବାକୁ ଚାହୁଁଛୁ ଓ ଏହା ସହିତ ଆମେ ଆଭାର କଲେକ୍ସନର ଶୁଭାରମ୍ଭ କରିଛୁ ଯାହାକି ତାରକସି, ମାକରେମ୍ ଓ କ୍ରୋଚେଟ୍ ଦ୍ୱାରା ଅନୁପ୍ରେରିତ । ଆଶା କରୁଛୁ ଆମର ଗ୍ରାହକମାନେ ଏହି ସୁନ୍ଦର କଲେକ୍ସନକୁ ଉପଭୋଗ କରିବେ ଯାହାକୁ ଅତ୍ୟନ୍ତ ଯତ୍ନ ଓ ଶ୍ରଦ୍ଧାର ସହିତ ପ୍ରସ୍ତୁତ କରାଯାଇଛି ।ଏହି ଆକର୍ଷଣୀୟ କଲେକ୍ସନ ସାରା ଦେଶରେ ରିଲାଏନ୍ସ ଜୁଏଲ୍ସ ଫ୍ଲାଗସିପ୍ ଅପରେସନାଲ୍ ସୋରୁମ୍‌, ସପ୍‌–ଇନ୍ ସପ୍‌ରେ ଓ ରିଲାଏନ୍ସ ଜୁଏଲ୍ସ ୱେବସାଇଟରେ ଉପଲବ୍ଧ ଅଟେ ।
https://www.reliancejewels.com/aabhar/search:aabhar/sort:New+Arrivals/

Show More

Related Articles

Back to top button