ବାଣିଜ୍ୟ

ଫ୍ଲିପ୍‌କାର୍ଟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ୍

ଲାଗିପାରେ ୧.୩୫ ବିଲିୟନ୍‌ ଡଲାରର ଫାଇନ୍‌

ଭାରତୀୟ ଡିଜିଟାଲ୍‌ ବଜାରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ୱାଲ୍‌ମାର୍ଟ ଫ୍ଲିପ୍‌କାର୍ଟକୁ ଲାଗିଛି ବଡ଼ ଝଟ୍‌କା । ଅର୍ଥନୈତିକ ଅପରାଧ ଏଜେନ୍ସି ବୈଦେଶିକ ନିବେଶକୁ ନେଇ କମ୍ପାନୀକୁ ନୋଟିସ୍‌ କରିଛି । ଫ୍ଲିପ୍‌କାର୍ଟ ବିଦେଶରୁ ଟଙ୍କା ନିବେଶ କରିବାରେ ଆଇନ୍‌ ଉଲଂଘନ କରିଥିବାରୁ ଏନେଇ ନିଜ ପକ୍ଷ ରଖିବାକୁ ଏଜେନ୍ସି କହିଛି ।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କିଛି ବର୍ଷ ଧରି ଫ୍ଲିପ୍‌କାର୍ଟ ଏବଂ ଆମାଜନ.କମ୍‌ ଭଳି ବ୍ରାଣ୍ଡେଣ୍ଡ୍‌ ରିଟେଲ୍‌ କମ୍ପାନୀର ନିବେଶ ଉପରେ ତୀକ୍ଷ୍ନ ନଜର ରଖିଛି । କିଛି କମ୍ପାନୀ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଅନୁସାରେ ବଜାରରେ ସେମାନେ ନିବେଶ କରିପାରିବେ ନାହିଁ । ଫ୍ଲିପ୍‌କାର୍ଟ ଏହି କମ୍ପାନୀ ସହିତ ମଲ୍ଟିବ୍ରାଣ୍ଡ କମ୍ପାନୀ ମାଧ୍ୟମରେ ଆଇନ୍‌ ବିରୋଧରେ ବୈଦେଶିକ ନିବେଶ କରିଥିବା ଏହି ନୋଟିସ୍‌ରେ ଦର୍ଶାଯାଇଛି ।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଆଧିକାରିକ ଉତ୍ସରୁ ଜଣାପଡ଼ିଛି ଯେ, ଫ୍ଲିପ୍‌କାର୍ଟ ବିରୋଧରେ ରେଲେଟେଡ୍‌ ପାର୍ଟି ଟ୍ରାଞ୍ଜାକ୍ସନ, ହୋଲ୍‌ ସେଲ୍‌ ରିଟେଲ୍‌ ଏବଂ ପ୍ରତିବନ୍ଧକ ଲାଗିଥିବା ବିଭିନ୍ନ କମ୍ପାନୀର ଜିନିଷ ନିଜ ୱେବ୍‌ ସାଇଟ୍‌ରେ ବିକ୍ରି କରିବା ସହିତ ଆଇନ୍‌ ଭଙ୍ଗ କରିଥିବା ଅଭିଯୋଗ ହୋଇଛି ।

ଚେନ୍ନାଇର ଦକ୍ଷିଣାଞ୍ଚଳ ଏଜେନ୍ସି ଅଫିସ୍‌ ଜୁଲାଇ ମାସରେ ଫ୍ଲିପ୍‌କାର୍ଟକୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଥିଲା । କମ୍ପାନୀର ଫାଉଣ୍ଡର ସଚିନ୍‌ ବଂଶଲ୍‌ ଏବଂ ବିନ୍ନି ବଂଶଲ୍‌ଙ୍କୁ କାହିଁକି ଫ୍ଲିପ୍‌କାର୍ଟ ୧.୩୫ ବିଲିୟନ୍‌ ଡଲାର୍‌ର ଫାଇନ୍‌ ଭରଣା କରିବ ନାହିଁ ସେ ନେଇ ଏହାର ଉତ୍ତର ରଖିବାକୁ ଇଜି ପକ୍ଷରୁ କୁହାଯାଇଥିଲା । ତେବେ ଏହି ନୋଟିସ୍‌କୁ ନେଇ କମ୍ପାନୀର ମୁଖପାତ୍ର କହିଛନ୍ତି ଯେ, ଫ୍ଲିପ୍‌କାର୍ଟ ସମସ୍ତ ଆଇନ୍‌ ପାଳନ କରିଛି । ଆମେ ଏଜେନ୍ସି ସହିତ ଯୋଗାଯୋଗରେ ରହିବା ସହିତ ଏହାର ଅନୁସନ୍ଧାନ ଦିଗରେ ସହଯୋଗ କରୁଛୁ ବୋଲି ମୁଖପାତ୍ର କହିଛନ୍ତି ।

Show More

Related Articles

Back to top button