ସ୍ୱାସ୍ଥ୍ୟ

ଲବଙ୍ଗ ତେଲର ସ୍ଵାସ୍ଥ୍ୟଗତ ଲାଭ : ମିଳିଥାଏ ଅନେକ ଯନ୍ତ୍ରଣା ରୁ ଉପଶମ

ଆୟୁର୍ବେଦ ରେ ଲବଙ୍ଗ ର ଗୋଟିଏ ସ୍ଵତନ୍ତ୍ର ମହତ୍ତ୍ଵ ରହିଛି । ସେହିଭଳି ଲବଙ୍ଗ ତେଲର ମଧ୍ୟ ରହିଛି ଅନେକ ସ୍ୱାସ୍ଥ୍ୟକର ଗୁଣ । ଲବଙ୍ଗ ତେଲ ଅନେକ ଯନ୍ତ୍ରଣା ଓ ପିଡ଼ାରୁ ଶରୀରକୁ ଆରାମ ଦେଇଥାଏ ।

ବାତ ପିତ ଓ ପାଚନ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ଦେଇଥାଏ ଲବଙ୍ଗ ତେଲ । ଲବଙ୍ଗ ତେଲରେ ଆଣ୍ଟି ଭାଇରାଲ୍ , ଆଣ୍ଟି ଫଂଗଲ ଓ ଆଣ୍ଟି ସେପଟିକ୍ ଗୁଣ ରହିଛି । ସେଥିପାଇଁ ବିଭିନ୍ନ ଯନ୍ତ୍ରଣା ରୁ ଆରାମ ପାଇବା ପାଇଁ ଲବଙ୍ଗ ତେଲ ବ୍ୟବହାର କରାଯାଏ ।
* ଲବଙ୍ଗ ତେଲ ମୁଣ୍ଡ ଜନିତ ବିଭିନ୍ନ ଯନ୍ତ୍ରଣା ରୁ ଉପଶମ ଦେଇଥାଏ । ଯେତେବେଳେ ଥଣ୍ଡା ଯୋଗୁଁ ମୁଣ୍ଡ ବ୍ୟଥା ହୁଏ ସେହି ସମୟରେ କିଛି ବୁନ୍ଦା ଲବଙ୍ଗ ତେଲ କୁ ଗୋଟିଏ ତୁଳା ସାହାଯ୍ୟ ରେ ନେଇ ଶୁଙ୍ଘିବା ଦ୍ଵାରା ଥଣ୍ଡା ରୁ ନାକ ଖୋଲିବା ସହ ମୁଣ୍ଡ ବ୍ୟଥା କୁ ଦୂରେଇ ଥାଏ ।
* ଲବଙ୍ଗ ତେଲ ରେ ଆଣ୍ଟି ଇମ୍ପ୍ଳାମେଟାରି ଗୁଣ ରହିଥିବା କାରଣରୁ ଏହା ମୁଣ୍ଡ ଭିତରର ବିଭିନ୍ନ ଯନ୍ତ୍ରଣା ଯେପରି ମାଇଗ୍ରେନ ଇତ୍ୟାଦିକୁ ଠିକ୍ କରେ । ମାଇଗ୍ରେନ ସମୟରେ କିଛି ମାତ୍ରାରେ ଲବଙ୍ଗ ତେଲ ନେଇ ଲୁଣ ସହିତ ମିଶାଇ ଲଗାଇଲେ ମାଇଗ୍ରେନ ସମସ୍ୟା ଦୂର ହୋଇଥାଏ ।

* ଲବଙ୍ଗ ତେଲ କୁ ଆୟୁର୍ବେଦ ରେ ମାନସିକ ଚିନ୍ତା ଦୁର କରିବା ପାଇଁ ବ୍ୟବହାର କରାଯାଏ । ଏହାକୁ ଚିନ୍ତା , ଉତେଜନା ଓ ମାନସିକ ଥକାପଣ ଦୂର କରିଥାଏ ।ମାନସିକ ଶାନ୍ତି ପାଇଁ ଆପଣ ଦେଶୀ ଘିଅରେ ଲବଙ୍ଗ ତେଲ ମିଶାଇ ଲଗାଇଲେ ଆରାମ ମିଳିବ ।
* ଲବଙ୍ଗ ତେଲ କୁ ଜୀବାଣୁ ନାଶକ ଭାବରେ ଗ୍ରହଣ କରାଯାଏ । ମୁହଁରୁ ବ୍ରଣ ସମସ୍ୟାକୁ ଦୁର ହୋଇଥାଏ । ଏଲୋଭେରା ଜେଲ୍ କିଛି ନେଇ ସେଥିରେ ଲବଙ୍ଗ ତେଲ ମିଶାଇ ବ୍ରଣରେ ଲଗାଇବା ଦ୍ଵାରା ବ୍ରଣ ସମସ୍ୟା ଦୂର ହୁଏ ।
* ଲବଙ୍ଗ ତେଲକୁ ଶରୀରର ବିଭିନ୍ନ ଯଏଣ୍ଟ ପେନ୍ ପାଇଁ ବ୍ୟବହାର କରାଯାଏ । ଏହାକୁ ଆମେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରେ ବ୍ୟବହାର କରି ପାରିବା । ଲବଙ୍ଗ ତେଲକୁ ଉଷୁମ ସୋରିଷ ତେଲ ସହିତ ମିଶାଇ ଗଣ୍ଠି ରେ ମାଲିସ କରିବା ଦ୍ଵାରା ଗଣ୍ଠି ଫୁଲା ରୁ ଆରାମ ମିଳିଥାଏ ।

Show More

Related Articles

Back to top button