ଜୀବନଚର୍ଯ୍ୟା

ଶନି ବାର ଦିନ ରାଶି ଅନୁସାରେ ଶନି ଦେବଙ୍କ ପୂଜା : ଜଣାନ୍ତୁ କି ପ୍ରକାର ସନ୍ତୁଷ୍ଟ ଓ ପ୍ରତିଷ୍ଠା ମିଳିବ

ଶନିବାର ଦିନଟି ଶନିଦେବ ଙ୍କୁ ଅର୍ପଣ କରାଯାଇଛି । ଏହିଦିନ ଶନିଙ୍କୁ ପୂଜା କରିବା ଦ୍ୱାରା ଜୀବନରୁ କଷ୍ଟ ଦୂର ହୋଇଥାଏ ଓ ସଫଳତା ଲାଭ ହୋଇଥାଏ । କୁହାଯାଏ ଯେ ଶନି ଦୋଷରୁ ମୁକ୍ତି ପାଇବା ପାଇଁ ୭ଟି ଶନିବାର ଶନିଦେବଙ୍କୁ ପୂଜା କରାଯାଏ ।

ଶନିବାର ଦିନ ସବୁ ରାଶି ଲୋକମାନେ ପୂଜା କରିବାର ବିଧି ଅଲଗା ଅଲଗା ରହିଛି ।
– ମେଷ ରାଶି – ଶନିବାର ଦିନ ଏହି ରାଶିର ଶନି ଦେବଙ୍କ ନିକଟରେ ସୋରିଷ ତେଲ ଓ ରାଶି ଦେଇ ଅର୍ପଣ କଲେ ସମସ୍ତ ବିଘ୍ନ ଦୁର ହୋଇଥାଏ ।
– ବୃଷ ରାଶି – ଏହି ରାଶିର ବ୍ୟକ୍ତି ଶନିବାର ଦିନ ଶନି ଦେବଙ୍କ ଚାଳିଶା କିମ୍ବା ସ୍ତୁତି ପାଠ କରିବା ଦ୍ୱାରା ବିଘ୍ନ ଦୁର ହୋଇଥାଏ ।
– ମିଥୁନ ରାଶି – ଏହି ରାଶିର ବ୍ୟକ୍ତି ଶନିବାର ଦିନ ଶନି ଙ୍କ ନିକଟରେ ଅଖଣ୍ଡ ଦ୍ଵିପ ଜଳାଇଲେ ଜୀବନରେ ସଫଳତା ମିଳିଥାଏ ।
– କର୍କଟ ରାଶି – ଏହି ରାଶିର ବ୍ୟକ୍ତି ଶନିବାର ଦିନ କଳବିରି ଶନି ଙ୍କ ନିକଟରେ ଅର୍ପଣ କରିବା ଉଚିତ୍ ।
– ସିଂହ ରାଶି – ଏହି ରାଶିର ବ୍ୟକ୍ତି ମାନେ ଶନିବାର ଦିନ କିଛି ଯୋଗୀଙ୍କୁ କଳା ବସ୍ତ୍ର ଓ ଲୁହା ଦାନ କରିବା ଉଚିତ୍ ।
– କନ୍ୟା ରାଶି – ଏହି ରାଶିର ବ୍ୟକ୍ତି ମାନେ ଶନିବାର ଦିନ ଶନି ଦେବଙ୍କୁ କଳା ବସ୍ତ୍ର ଅର୍ପଣ କରିବା ଦ୍ୱାରା ଜୀବନରେ ସୁଖ ପ୍ରାପ୍ତି କରନ୍ତି ।
– ତୁଳା ରାଶି – ଏହି ରାଶିର ବ୍ୟକ୍ତି ଶନିବାର ଦିନ ଶନି ଦେବଙ୍କ ନାମ ଜପ କରିବା ସହ ସୋରିଷ ତେଲ ଦାନ କରନ୍ତୁ ।

– ବିଛା ରାଶି – ଏହି ରାଶିର ବ୍ୟକ୍ତି ଶନିବାର ଦିନ ପକ୍ଷୀଙ୍କ ସେବା କରିବା ସହ ସେମାନଙ୍କୁ ଖାଦ୍ୟ ଦେବା ଆବଶ୍ୟକ । ଦୂର ହେବ କ୍ଲେଶ ।
– ଧନୁ ରାଶି – ଏହି ରାଶିର ବ୍ୟକ୍ତି ଶନିବାର ଦିନ ଶନିଙ୍କ ଆରାଧନା କରି ଗରିବଙ୍କୁ ଖାଦ୍ୟ ଦେବା ଆବଶ୍ୟକ ।
– ମକର ରାଶି – ଏହି ରାଶିର ଲୋକ ଶନିବାର ଦିନ ଶନିଙ୍କ ନିକଟରେ କଳା ରାଶି ଲୁହା ଓ ସୋରିଷ ତେଲ ଅର୍ପଣ କଲେ ସମସ୍ତ ଅସୁବିଧା ଦୂରେଇ ଯାଇଥାଏ ।
– କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତି ଶନିବାର ଦିନ ଶନି ଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗାଈକୁ ଅରୁଆ ଚାଉଳ ଓ ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ ।
– ମୀନ ରାଶି – ଏହି ରାଶିର ବ୍ୟକ୍ତି ଶନିବାର ଦିନ ଶନିଙ୍କ କୃପା ଲାଭ କରିବା ପାଇଁ ଶନି ଙ୍କୁ ଅପରାଜିତା ଫୁଲ ଅର୍ପଣ କରିବା ଉଚିତ୍ ।

Show More

Related Articles

Back to top button