Breaking PLUSଦେଶମୁଖ୍ୟ ଖବର

ଷଷ୍ଠଥର ପାଇଁ ରେପୋ ରେଟ୍ 6.5 ପ୍ରତିଶତରେ ଅପରିବର୍ତ୍ତିତ ରଖିଲା ଆରବିଆଇ

ମୁମ୍ବାଇ, 8 ଫେବୃଆରୀ- ଆରବିଆଇ ଲଗାତର ଷଷ୍ଠଥର ପାଇଁ ରେପୋ ରେଟ୍ 6.5 ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ରେପୋ ରେଟ୍ 6.5 ପ୍ରତିଶତ ଉପରେ କାଏମ ରଖିବା ଅର୍ଥ, ଘର, ଗାଡି ସମେତ ବିଭିନ୍ନ ଲୋନ ଉପରେ ମାସିକ କିସ୍ତିରେ କୌଣସି ପରିବର୍ତ୍ତନ ହେବନାହିଁ ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ମୁଦ୍ରା ନୀତି କମିଟିର ଦ୍ୱିମାସିକ ସମୀକ୍ଷା ବୈଠକର ରେଜଲ୍ଠ ଘୋଷଣା କରି ଏହା କହିଛନ୍ତି । ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ରେପୋ ରେଟକୁ 6.5 ପ୍ରତିଶତରେ ଅପରିବର୍ତ୍ତି ରଖାଯାଇଛି । ସେ କହିଛନ୍ତି ଯେ, ଏମପିସିର 6ଜଣ ସଦସ୍ୟ ବିଶିଷ୍ଟ ଟିମ୍ 5-1ଙ୍କ ସହମତିରେ ରେପୋ ରେଟ୍ 6.5 ପ୍ରତିଶତରେ ରଖିବାକୁ ନିଷ୍ପତ୍ତି ହୋଇଛି ।

Show More

Related Articles

Back to top button