Breaking PLUSଦେଶମୁଖ୍ୟ ଖବର

ଆରବିଆଇର ଆର୍ଥିକ ବର୍ଷ 2024-25ରେ ଜିଡିପି ଅଭିବୃଦ୍ଧି 7 ପ୍ରତିଶତ ରହିବା ଅନୁମାନ

ମୁମ୍ବାଇ, 8 ଫେବୃଆରୀ- ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଗାମୀ ଆର୍ଥିକ ବର୍ଷ 2024-25 ପାଇଁ ଦେଶର ଜିଡିପି ଅଭିବୃଦ୍ଧି ଦର 7 ପ୍ରତିଶତ ରହିବା ନେଇ ଅନୁମାନ କରିଛି । ଚଳିତ ଆର୍ଥିକ ବର୍ଷ 2023-24ରେ ଜିଡିପି 7.3 ପ୍ରତିଶତ ରହିବା ଅନୁମାନ ରହିଛି ।
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ଏଠାରେ ଦ୍ୱିମାସିକ ମୁଦ୍ରା ନୀତି କମିଟିର ତିନି ଦିନ ଧରି ଚାଲିଥିବା ସମୀକ୍ଷା ବୈଠକର ଫଳ ଘୋଷଣା କରି କହିଛନ୍ତି ଯେ, ଗ୍ରାମୀଣ ଚାହିଦା ଦ୍ରୁତ ଗତିରେ ଜାରି ରହିଛି, ସହରୀ ବ୍ୟବସ୍ଥା ଶକ୍ତିଶାଳୀ ହୋଇଛି । ପୁଞ୍ଜି ବ୍ୟୟ ବୃଦ୍ଧି ହେତୁ ବିନିଯୋଗ ଚକ୍ର ଗତିଶୀଳ ହେଉଛି । ସେ କହିଛନ୍ତି ଯେ ଘରୋଇ ବିନିଯୋଗରେ ମଧ୍ୟ ଉନ୍ନତିର ଲକ୍ଷଣ ଦେଖାଯାଉଛି।
ଶକ୍ତିକାନ୍ତ ଦାସ ଆଗାମୀ ଆର୍ଥିକ ବର୍ଷ 2024-25 ପାଇଁ ଜିଡିପି ଅଭିବୃଦ୍ଧି ହାର 7 ପ୍ରତିଶତ ରହିବାର ଅନୁମାନ କରିଛନ୍ତି । ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ଏପ୍ରିଲ-ଜୁନ ଓ ଜୁଲାଇ-ସେପ୍ଟେମ୍ବର ତ୍ରିମାସିକ ଆର୍ଥିକ ଅଭିବୃଦ୍ଧି ହାର କ୍ରମଶ- 72. ପ୍ରତିଶତ ଓ 6.8 ପ୍ରତିଶତ ରହିବ । ସେହିପରି ଅକ୍ଟୋବର- ଡିସେମ୍ବର ଓ ଜାନୁୟାରୀ-ମାର୍ଚ୍ଚ ତ୍ରିମାସିକରେ ଏହା 7 ପ୍ରତିଶତ ରହିବାର ଅନୁମାନ କରାଯାଉଛି ।

Show More

Related Articles

Back to top button