Breaking PLUSଓଡ଼ିଶାମୁଖ୍ୟ ଖବର

ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର, 8 ଫେବୃଆରୀ – ଲାଂଚ ହେଲା କାଳ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଆକାଉଣ୍ଟାଣ୍ଟ । ପୁରୀ ବିଇଓ ଅଫିସର ଆକାଉଣ୍ଟାଣ୍ଟ ବିକାଶ କୁମାର ସେନାପତି ଲାଂଚ ନେଉଥିବା ବେଳେ ଧରାପଡିଛନ୍ତି । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଗ୍ରାଚ୍ୟୁଇଟି ରିଲିଜ ପାଈଁ ନୋ ଅବଜେକ୍ସନ ସାର୍ଟିଫିକେଟ ଦେବାପାଇଁ 5ହଜାର ଟଙ୍କା ଲାଂଚ ନେଉଥିବା ବେଳେ ତାଙ୍କୁ ମାଡିବସିଛି ଭିଜିଲାନ୍ସ । ଶିକ୍ଷକ ଜଣକ 2022 ମେ ମାସରେ ଅବସର ଗ୍ରହଣ କରିଥିଲେ । ଅବସର ପରଠାରୁ ସେ ଏନଓସି ପାଇଁ ଆକାଉଣ୍ଟାଣ୍ଟ ବିକାଶ ସେନାପତିଙ୍କୁ ନଅୁରୋଧ କରିଆସୁଥିଲେ । ତେବେ ଏନଓସି ଦେବାକୁ ବିକାଶ 5ହଜାର ଟଙ୍କା ଲାଂଚ ମାଗିଥିଲେ । ତେବେ ଅବସରପ୍ରାପ୍ତ ଚାରିଆଡୁ ନିରାଶ ହେବା ପରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ବିକାଶ ସେନାପତି ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଥିବା ଭିଜିଲାନ୍ସ ଟିମ ତାଙ୍କୁ ଧରିଛନ୍ତି । ତାଙ୍କ ଠାରୁ 5ହଜାର ଲାଂଚ ଟଙ୍କା ଜବତ କରାଯାଇଛି । ଏହାପରେ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ସେନାପତିଙ୍କର ଦୁଇଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ । ଆକାଉଣ୍ଟାଣ୍ଟଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି ।

Show More

Related Articles

Back to top button