Breaking PLUSଓଡ଼ିଶାମୁଖ୍ୟ ଖବର

ଲାଂଚ ନେଇ ଫସିଲେ ଅମିନ

ଭୁବନେଶ୍ୱର, 8 ଫେବୃଆରୀ- ଲାଂଚ ନେବା ବେଳେ ଧରାପଡିଲେ ଅମିନ । ବଲାଙ୍ଗିର ଜିଲ୍ଲା ସଇଁତଳା ତହସିଲର ଅମିନ ନିର୍ମଳେନ୍ଦୁ କବି ଲାଂଚ ନେବା ବେଳେ ଧରାପଡିଛନ୍ତି । ଅଭିଯୋଗକାରୀଙ୍କ ଠାରୁ 8ହଜାର ଟଙ୍କା ଲାଂଚ ନେବା ବେଳେ ନିର୍ମଳେନ୍ଦୁଙ୍କୁ ଧରିଛି ଭିଜିଲାନ୍ସ । ତହସିଲଦାର କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ଜମି ବଣ୍ଟନ ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ଲାଂଚ ନେଇଥିଲେ ନିର୍ମଳେନ୍ଦୁ । ଜୁଲାଇ -2023ରେ ଅଭିଯୋଗକାରୀ ସଇଁତଳା ତହସିଲଦାରଙ୍କ ନିକଟରେ ଆବେଦନ କରିଥିଲେ ଏବଂ ଜମି ଭିନ୍ନ କରିବା ପାଇଁ ଅମିନ ପଠାଇବାକୁ କହିଥିଲେ । ଏହାପରେ ଜାନୁୟାରୀ 16 ତାରିଖରେ ତହସିଲଦାର ଜମି ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଅମିନ ଜଣକ ଜାଣିଶୁଣି ବିଳମ୍ବ କରିବା ସହ ଅଭିଯୋଗକାରୀଙ୍କୁ ଲାଂଚ ମାଗୁଥିଲେ । ଏହାପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି 8ହଜାର ଟଙ୍କା ଲାଂଚ ନେଉଥିବର ବେଳେ ଅମିନଙ୍କୁ ଧରିଛି ଭିଜିଲାନ୍ସ । ତାଙ୍କ ଠାରୁ ଲାଂଚ ଟଙ୍କା ଜବତ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କର ଦୁଇଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ।

Show More

Related Articles

Back to top button