Breaking PLUSଦେଶମୁଖ୍ୟ ଖବରରାଜନୀତି

ପାଞ୍ଚ ଦିନ ଛତିଶଗଡରେ ରହିବ କଂଗ୍ରେସର ନ୍ୟାୟ ଯାତ୍ରା

ରାୟପୁର, 8 ଫେବୃଆରୀ – କଂଗ୍ରେସର ନ୍ୟାୟ ଯାତ୍ରା ଆଜି ଛତିଶଗଡର ପ୍ରବେଶ କରିବ । ଓଡ଼ିଶାର ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ଛତିଶଗଡର ପିସିସି ଅଧ୍ୟକ୍ଷଙ୍କୁ ପତାକା ପ୍ରଦାନ କରିବେ । ଏହି ଔପଚାରିକତା ପରେ ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା ଛତିଶଗଡରେ ପ୍ରବେଶ କରିବ। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲୁଥିବା ଏହି ଯାତ୍ରା 5ଦିନ ଛତିଶଗଡରେ ରହିବ ।
ନ୍ୟାୟ ଯାତ୍ରା ଦ୍ୱିପ୍ରହର 12ଟା ବେଳେ ରାୟଗଡର ରେଙ୍ଗାରପାଲିରେ ପହଞ୍ଚିବ । ଏଠାରେ ପତାକା ଆଦାନ ପ୍ରଦାନ ପରେ ସାଧାରଣ ସଭା ଅନୁଷ୍ଠିତ ହେବ । ଦୁଇ ଦିନ ବିରାମ ପରେ ଫେବୃୟାରୀ 11ରେ ନ୍ୟାୟ ଯାତ୍ରା ଶକ୍ତି ବାହାରିବ ଯାହାକି କୋରବା ଦେଇ ସରଗୁଜା ଓ ବଳରାମପୁର ଯିବ ।

Show More

Related Articles

Back to top button