ଓଡ଼ିଶାଦେଶସ୍ୱତନ୍ତ୍ର

ଖୁବଶୀଘ୍ର ନନ୍ଦନକାନନକୁ ଆସିବେ ବିରଳ ପ୍ରଜାତିର ଜୀବଜନ୍ତୁ

ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ନନ୍ଦନକାନନକୁ ଆସିବେ ବିରଳ ପ୍ରଜାତିର ଜୀବଜନ୍ତୁ । ଏଥିପାଇଁ ଦୁବାଇ ସଫାରି ପାର୍କ ସହ ଚୁକ୍ତି ସ୍ବାକ୍ଷର ହୋଇଛି । କେବଳ ଅପେକ୍ଷା ରହିଛି କେନ୍ଦ୍ର ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ଅନୁମୋଦନକୁ । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପଶୁମାନେ ଆସିବାର ଅନୁମାନ କରାଯାଉଛି । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ନନ୍ଦନକାନନକୁ ବିରଳ ପ୍ରଜାତିର ଚିତା ବାଘ, ଧଳା ସିଂହ, କଙ୍ଗାରୁ ପ୍ରଜାତିର ପଶୁ ଲେମୁର ଆଦି ଅଣାଯିବ । ବିଭିନ୍ନ ଭାରତୀୟ ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନର ଧଳା ବାଘ ଓ ଘଡିଆଳ କୁମ୍ଭୀର ଅଦଳ ବଦଳ ପ୍ରକ୍ରିୟାରେ ଆସାମ, ଆଇଜଲ ଓ ହାଇଦ୍ରାବାଦ ପ୍ରାଣୀ ଉଦ୍ୟାନ ସହିତ ଯୋଗାଯୋଗ ସରିଛି । ଏଠାରୁ ଏକ ଯୋଡା ଗଣ୍ଡା, ଓଲ ଗିବନ ଅଣାଯିବ ବୋଲି ମଧ୍ୟ କୁହାଯାଇଛି ।

Show More

Related Articles

Back to top button