ଓଡ଼ିଶାରାଜନୀତି

ଆଜିଠୁ ଧାମନଗରରେ ପ୍ରଚାର ଆରମ୍ଭ,ପ୍ରଚାର ମଇଦାନରେ ୩ ପ୍ରମୁଖ ଦଳର ପ୍ରାର୍ଥୀ

ଆଜିଠୁ ଧାମନଗରରେ ପ୍ରଚାର ଆରମ୍ଭ । ଗତକାଲି ନାମାଙ୍କନର ଶେଷଦିନରେ ପ୍ରାର୍ଥିପତ୍ର ଦାଖଲ ପରେ ଆଜି ଧାମନଗରରେ ଆରମ୍ଭ ହୋଇଯାଇଛି ପ୍ରଚାର। ପ୍ରଚାର ମଇଦାନରେ ୩ ପ୍ରମୁଖ ଦଳର ପ୍ରାର୍ଥୀ । ଘରକୁ ଘର ବୁଲି ଭୋଟ ମାଗିବେ ବିଜେଡି ନେତା ଆଉ କର୍ମୀ ।

ଦଳ କିପରି ବଡ଼ ବ୍ୟବଧାନରେ ବିଜୟୀ ହେବ ସେନେଇ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ । ୨୫ହଜାରରୁ ଅଧିକ ଭୋଟରେ ଜିତିବାକୁ ହୋଇଛି ବ୍ଲୁପ୍ରିଣ୍ଟ । ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ଓ ବିକାଶ ସମ୍ପର୍କରେ କହି ଭୋଟ ମାଗିବ ବିଜେଡି ।

ଏପଟେ ମଇଦାନରେ ପ୍ରଚାର ଚଳାଇଛନ୍ତି ବିଜେପି ଓ କଂଗ୍ରେସ । ଘରଘର ବୁଲି ନିଜ ସପକ୍ଷରେ ଭୋଟ ମାଗୁଛନ୍ତି ପ୍ରାର୍ଥୀ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି ଆସନ୍ତା ୧୭ । ଏହାପରେ ମଇଦାନରେ କେତେ ପ୍ରାର୍ଥୀ ରହିଲେ ସ୍ପଷ୍ଟ ହେବ । ନଭେମ୍ବର ୩ରେ ନିର୍ବାଚନ ହେବାକୁ ଥିବାବେଳେ ନଭେମ୍ବର ୬ରେ ଭୋଟ ଗଣତି ହେବ।

Show More

Related Articles

Back to top button