Breaking PLUSଦେଶମୁଖ୍ୟ ଖବରରାଜନୀତି

ରାଘବଙ୍କ ଆବେଦନ ଉପରେ ଅକ୍ଟୋବର 30ରେ ଶୁଣାଣି

ନୂଆଦିଲ୍ଲୀ- ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଡ୍ଡା ରାଜ୍ୟସଭାରୁ ସସପେଣ୍ଡ ହେବା ମାମଲା ବିରୋଧରେ ଦାୟର ହୋଇଥିବା ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ରାଜ୍ୟସଭା ସଚିବାଳୟକୁ ନୋଟିସ ଜାରି କରିଛନ୍ତି । ଆଟର୍ଣ୍ଣି ଜେନେରାଲଙ୍କୁ ଏହି ମାମଲାରେ ସହଯୋଗ କରିବାକୁ କୋର୍ଟ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର 30ରେ ହେବ ।
ଅଗଷ୍ଟ 11ରେ ପାଞ୍ଚ ଜଣ ସାଂସଦଙ୍କର ନାମ ସେମାନଙ୍କ ସହମତି ବିନା ଚୟନ କମିଟି ପାଇଁ ପ୍ରସ୍ତାବ ଦେଇଥିବା ଅଭିଯୋଗରେ ରାଘବଙ୍କୁ ନିଲମ୍ବିତ କରାଯାଇଛି । ଏହି ମାମଲା ଏବେ ବିଶେଷ ଅଧିକାର କମିଟି ନିକଟରେ ଅଛି । ରାଘବ ତାଙ୍କର ସସପେଣ୍ଡକୁ ଭୁଲ କହି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Show More

Related Articles

Back to top button