Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଅକ୍ଟୋବର 21ରେ ଦିନିକିଆ ଗ୍ୱୋଲିୟର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ଗ୍ୱୋଲିୟର-ଅକ୍ଟୋବର 21ରେ ଦିନିକିଆ ଗ୍ୱୋଲିୟର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗ୍ୱୋଲିୟରର ଐତିହାସିକ କିଲ୍ଲାରେ ଥିବା ସିନ୍ଧିଆ ସ୍କୁଲର 125ତମ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସିନ୍ଧିଆ କିଲ୍ଲାରେ ପ୍ରାୟ 2ଘଣ୍ଟା କାଳ ରହିବେ ପ୍ରଧାନମନ୍ତ୍ରୀ । ଏହାସହିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ମଧ୍ୟ ଶିଳାନ୍ୟାସ କରିବେ ପିଏମ ମୋଦି ।
ସିନ୍ଧିଆ ସ୍କୁଲ ପକ୍ଷରୁ ଜଣାପଡିଛି ଯେ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଚଳିତମାସରେ ଗ୍ୱୋଲିୟରକୁ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ଗସ୍ତ । ଏହାପୂର୍ବରୁ ଅକ୍ଟୋବର 2 ତାରିଖରେ ପ୍ରଧାନମନ୍ତ୍ରୀ ଗ୍ୱୋଲିୟର ଯାଇଥିଲେ ।

Show More

Related Articles

Back to top button