Breaking PLUSଦେଶମୁଖ୍ୟ ଖବରରାଜନୀତି

ସଂସଦ ଭବନ ପରିସରରେ ନିଲମ୍ବିତ ସାଂସଦଙ୍କ ବିକ୍ଷୋଭ

ନୂଆଦିଲ୍ଲୀ, 20 ଡିସେମ୍ବର – ସଂସଦର ଉଭୟ ଗୃହରୁ ନିଲମ୍ବିତ ହୋଇଥିବା ସାଂସଦମାନେ ବୁଧବାର ସଂସଦ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ବୁଧବାର ସକାଳେ ଆଇଏନଡିଆଇଏ ମେଣ୍ଟ ଦଳର ସାଂସଦମାନେ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ସହ ସଂସଦ ଭବନ ପରିସରରେ ତାଙ୍କ କାର୍ଯ୍ୟାଳୟରେ ବୈଠକ କରିଥିଲେ । ଏହାପରେ ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ବିରୋଧୀ ସାଂସଦଙ୍କ ନିଲମ୍ବନ ଠିକ୍ ନୁହେଁ । ମୋଦି ସରକାରଙ୍କ ଗଣତନ୍ତ୍ର ବିରୋଧୀ ଚିନ୍ତାଧାରାକୁ ଏହା ପ୍ରତିର୍ଶିତ କରୁଛି । ଗୃହମନ୍ତ୍ରୀ ସଂସଦ ସୁରକ୍ଷାରେ ହୋଇଥିବା ତ୍ରୁଟି ଉପରେ ଉଭୟ ଗୃହରେ ବିବୃତ୍ତି ଦିଅନ୍ତୁ ବୋଲି ଆମେ ଦାବି କରୁଛୁ ।

Show More

Related Articles

Back to top button