ଦେଶସ୍ୱତନ୍ତ୍ର

ଗୋଆରେ ବିମାନ ବନ୍ଦରର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

 ଗୋଆରେ ବିମାନ ବନ୍ଦରର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ । ଆଜି ଗୋଆରେ ପାନାଜୀଠାରୁ ୩୫ କିମି ଦୂରରେ ରାଜ୍ୟର ଦ୍ବିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବିମାନ ବନ୍ଦର ପାଇଁ ଖର୍ଚ୍ଚ ହୋଇଛି ୨୮୭୦ କୋଟି ଟଙ୍କା । ଉତ୍ତର ଗୋଆର ମୋପା ଗ୍ରାମ ନିକଟରେ ୨୧୩୧ ଏକର ପରିମିତ ଜମିରେ ଏହାକୁ ନିର୍ମିତ କରାଯାଇଛି ।

ସେହିପରି ଏହି ବିମାନ ବନ୍ଦରକୁ  ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ନାମରେନାମରେ ନାମକରଣ କରାଯାଇଛି । ଜିଏମଆର ଗ୍ରୁପ ଉକ୍ତ ବିମାନର ବନ୍ଦରର ନିର୍ମାଣ କରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଠାରେ ବାର୍ଷିକ ୪.୪ ନିୟୁତ ଯାତ୍ରୀ ପରିବହନ କ୍ଷମତା ରହିଛି।

ଆସନ୍ତାବର୍ଷ ଜାନୁଆରି ୫ ତାରିଖରୁ ଏଠାରୁ ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିବ। ସାଢ଼େ ତିନି କିମିର ରନୱେ ବିଶିଷ୍ଟ ଏହି ବିମାନ ବନ୍ଦରରେ ଏ୩୮୦ ଭଳି ବୃହତ୍ ବିମାନ ଉଡ଼ାଣ ଭରିପାରିବ। ୨୦୧୬ ନଭେମ୍ବର ୮ରେ ଉକ୍ତ ବିମାନ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ଜିଏମଆର ସହିତ ରାଜିନାମା ସ୍ବାକ୍ଷର କରିଥିଲେ। ସେହିମାସ ୧୩ ତାରିଖରେ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଦକ୍ଷିଣ ଗୋଆର ଡାବୋଲିମଠାରେ ଥିବା ପୁରୁଣା ବିମାନ ବନ୍ଦରର ବାର୍ଷିକ ଯାତ୍ରୀ ପରିବହନ କ୍ଷମତା ୮.୫ ନିୟୁତ ରହିଛି। ନୂଆ ବିମାନ ବନ୍ଦର ଦ୍ବାରା ଗୋଆର ପର୍ଯ୍ୟଟନ ଶିଳ୍ପ ଆଗକୁ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି।

 

Show More

Related Articles

Back to top button