ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଖାଲି ପେଟରେ ଟମାଟୋ ଖାଇଲେ ମିଳିଥାଏ ୪ଟି ଜବରଦସ୍ତ ଫାଇଦା

ଭାରତରେ ଟମାଟୋ ବହୁଳ ଭାବରେ ବ୍ୟବହାର କରାଯାଏ । ଏଥିରୁ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ତରକାରୀରେ ଟମାଟର ବ୍ବହାର ସ୍ୱାଦକୁ ଦ୍ୱିଗୁଣିତ କରିଦିଏ । କେହି କେହି ଟମାଟକୁ ଫେସ ପ୍ୟାକ୍ ରୂପେ ମଧ୍ୟ ବ୍ବହାର କରିଥାନ୍ତି ।  କିନ୍ତୁ ଆପଣମାନେ ଜାଣଛନ୍ତି କି ଟମାଟୋକୁ ଖାଲିପେଟରେ ସେବନ କରିବା ଶରୀରରେ ଜବରଦସ୍ତ ଫାଇଦା ମିଳିଥାଏ  ।

ବର୍ତ୍ତମାନ ଆସନ୍ତୁ ଜାଣିବା ଟମାଟୋକୁ ଖାଲିପେଟରେ ସେବନ କରିବା ଦ୍ୱାରା ଏହା ଆମକୁ କଣ ଫାଇଦା ଦେଇଥାଏ ।

ଟମାଟୋକୁ ଖାଲିପେଟରେ ସେବନ ଦ୍ୱାରା ମିଳିଥାଏ ଏହିସବୁ ଫାଇଦା:

ପେଟରେ ଥିବା ଜୀବାଣୁ ନଷ୍ଟ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ସକାଳୁ ଖାଲିପେଟରେ ଟମାଟୋ ଖାଇବା ଦ୍ୱାରା ଏହା ଆମ ଶରୀରକୁ ଫାଇଦା ଦେଇଥାଏ । ଖାସ କରି ପେଟରେ ଥିବା ଜୀବାଣୁକୁ ଏହା ନଷ୍ଟ କରିଥାଏ । ତେବେ ସକାଳୁ ଟମାଟୋକୁ ଗୋଲମରିଚ ଗୁଣ୍ଡ ସହ ମିଶାଇ ସେବନ କରନ୍ତୁ ଫଳରେ ପେଟରେ ଥିବା ଜୀବାଣୁ ମରି ମଳ ଦ୍ୱାରା ବାହିରି ଆସିବେ ଏଥିସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

ହୃଦଘାତ ସମସ୍ୟା ଦୂର: ଟମାଟୋରେ ଭିଟାମିନସ୍, ସୋସଡିୟମ, ପୋଟାସିୟମ, କ୍ୟାଲସିୟମ, ଭିଟାମିନ ଏ, ଭିଟାମିନ ସି, ଭିଟାମିନ ଇ ଏବଂ ରାଇବୋଫ୍ଲୋୱିନ ଆଦି ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିବା ସହ ହୃଦଘାତ ପରି ସମସ୍ୟାକୁ ମଧ୍ୟ ଦୂର କରିଥାଏ । ତେଣୁ ପ୍ରତ୍ୟେକ ଦିନ ଖାଲିପେଟରେ ଟମାଟୋ କିମ୍ବା ଟମାଟୋ ଜୁସ୍ ସେବନ କରିବା ଦ୍ୱାରା ଏହା ହାଇ କୋଲେଷ୍ଟ୍ରଲ ଏବଂ ବ୍ଲଡପ୍ରେସରକୁ ନିୟନ୍ତ୍ରଣ କରିଥାଏ । ଫଳରେ ହୃଦଘାତ ସମସ୍ୟା ଦୂର ହୋଇଥାଏ ।

ପେଟ ଥଣ୍ଡା ରୁହେ: କିଛି ଲୋକଙ୍କୁ ପେଟ ଗରମ କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଫଳରେ ଏହା ସେମାନଙ୍କ ଚର୍ମ ଏବଂ କେଶ ଉପରେ ପ୍ରଭାବ ପକାଏ । ତେଣୁ ବିଶେଷଜ୍ଞମାନଙ୍କ ମତରେ ଖାଲିପେଟରେ ସକାଳୁ ଟମାଟୋ ସୋବନ କରିବା ଉଚିତ୍ ଏପରି କରିବା ଦ୍ୱାରା ପେଟ ଗରମ ସମସ୍ୟା ଦୂର ହୋଇଥାଏ ।

ଦୃଷ୍ଟିଶକ୍ତି ବଢେ: ଯେଉଁ ବ୍ୟକ୍ତିମାନଙ୍କର ଦୃଷ୍ଟିଶକ୍ତି କମ୍ ଥାଏ ସେମାନଙ୍କ ପାଇଁ ଟମାଟୋ ସେବନ ଅନେକ ଲାଭ ଦେଇଥାଏ । କାରଣ ଏହି ପରିବାରେ ଭିଟାମିନ ଏ ପ୍ରଚୁର ପରିମାଣରେ ରହିଥାଏ । ଫଳରେ ଏହାକୁ ପ୍ରତ୍ୟେକ ଦିନ ଖାଲି ପେଟରେ ସେବନ କଲେ ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହ ତ୍ୱଚାକୁ ମଧ୍ୟ କୋମଳ ଏବଂ ଚିକ୍କଣ କରିଥାଏ ।

Show More

Related Articles

Back to top button