Breaking PLUSଦେଶମୁଖ୍ୟ ଖବର

କାଲିଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଷ୍ଟ୍ରପତିଙ୍କ ଅମୃତ ଉଦ୍ୟାନ

ନୂଆଦିଲ୍ଲୀ- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ରାଷ୍ଟ୍ରପତି ଭବନର ‘ଅମୃତ ଉଦ୍ୟାନ’ରେ ଉଦ୍ୟାନ ଉତ୍ସବ-1ର ଶୋଭା ବୃଦ୍ଧି କରାଯାଇଛି । ଏହା ସହିତ ଶୁକ୍ରବାରରୁ ଏହା ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ । ବୁଲାବୁଲି କରିବାକୁ ଭଲ ପାଉଥିବା ଲୋକେ ଫେବୃୟାରୀ 2 ତାରିଖରୁ ମାର୍ଚ୍ଚ 31 ତାରିଖ ଯାଏ ପ୍ରତ୍ୟେକ ସୋମବାରକୁ ଛାଡି ସପ୍ତାହର 6ଦିନ ଉଦ୍ୟାନ ଯାଇ ବିଭିନ୍ନ ଫୁଲକୁ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ।
ରାଷ୍ଟ୍ରପତି ଭବନ ପକ୍ଷରୁ ଗୁରୁବାର ଜାରି ଏକ ବୟାନରେ ଏହି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ଉଦ୍ୟାନ ଉତ୍ସବ-1 ଆଧାରରେ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ଫେବୃୟାରୀ 2ରୁ ମାର୍ଚ୍ଚ 31 ଯାଏ ଲୋକଙ୍କ ଦେଖିବା ପାଇଁ ଖୋଲା ରହିବ । ଲୋକ ସପ୍ତାହରେ 6ଦିନ ସକାଳ 10ଟାରୁ ସନ୍ଧ୍ୟା 4ଟା ଯାଏ ଏଠାରେ ବୁଲିପାରିବେ । ପ୍ରତି ସୋମବାର ଦେଖାରଖା ପାଇଁ ଏହି ଉଦ୍ୟାନ ବନ୍ଦ ରହିବ ।
ରାଷ୍ଟ୍ରପତି ଭବନ ଅନୁସାରେ ଅମୃତ ଉଦ୍ୟାନ 22-23 ଫେବୃୟାରୀ ତଥା ମାର୍ଚ୍ଚ 1 ଓ 5 ସ୍ୱତନ୍ତ୍ର ଶ୍ରେଣୀ ପାଇଁ ଖୋଲା ରହିବ । ଫେବୃୟାରୀ 22ରେ ଦିବ୍ୟାଙ୍ଗ ବ୍ୟକ୍ତି, ଫେବୃୟାରୀ 23ରେ ପ୍ରତିରକ୍ଷା, ଅର୍ଦ୍ଧସାମରିକ ଓ ପୋଲିସ ବଳର କର୍ମଚାରୀଙ୍କ ପାଇଁ ମାର୍ଚ୍ଚ 1ରେ ମହିଳା ଓ ଆଦିବାସୀ ଏସଏଚଜି ପାଇଁ ମାର୍ଚ୍ଚ 5ରେ ଅନଥାଳୟର ପିଲାଙ୍କ ପାଇଁ ଖୋଲା ରହିବ ।
ରାଷ୍ଟ୍ରପତି ଭବନର ଅଧିକାରୀକ ୱେବସାଇଟ ଯାଇ ଆପଣ ଅନଲାଇନ ବୁକିଂ କରିପାରିବେ କିମ୍ବା ଗେଟ ନମ୍ବର 35ର ବାହାରେ ଥିବା ସେଲ୍ଫ ସର୍ଭିସ କିୟୋସ୍କ ମାଧ୍ୟମରେ ମଧ୍ୟ ସ୍ଲଟ ବୁକିଂ ଫ୍ରି ଅଟେ ।

Show More

Related Articles

Back to top button