Breaking PLUSଦେଶମୁଖ୍ୟ ଖବର

ଶୁକ୍ରବାର ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋକୁ ସମ୍ବୋଧିତ କରିବେ ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ 2 ତାରିଖ ସନ୍ଧ୍ୟା 4.30 ମିନିଟ ସମୟରେ ଭାରତ ମଣ୍ଡପମ, ନୂଆଦିଲ୍ଲୀରେ ଦେଶର ସବୁଠୁ ବଡ ଓ ନିଜ ତରଫରୁ ପ୍ରଥମ ଗତିଶୀଳତା ପ୍ରଦର୍ଶନୀ- ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ 2024ରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୁରୁବାର ଏନେଇ ସୂଚନା ଦେଇଛି । ଏଥିରେ କୁହାଯାଇଛି ଯେ, ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ 2024 ସମ୍ପୂର୍ଣ୍ଣ ଗତିଶୀଳତା ଓ ଅଟୋଭୋଟିଭ ମୂଲ୍ୟ ଶୃଙ୍ଖଳାରେ ଭାରତର କ୍ଷମତାକୁ ପ୍ରଦର୍ଶନ କରିବ । ଏକ୍ସପୋରେ ପ୍ରଦର୍ଶନୀ, ସମ୍ମିଳନୀ, କ୍ରେତା-ବିକ୍ରେତା ବୈଠକ, ରାଜ୍ୟ ଅଧିବେଶନ, ସଡକ ସୁରକ୍ଷା ମଣ୍ଡପ ଓ ଗୋ-କାର୍ଟିଙ୍ଗ ପରି ସାର୍ବଜନୀନ କେନ୍ଦ୍ରିତ ଆକର୍ଷଣ ସାମିଲ ହେବ ।

Show More

Related Articles

Back to top button