Breaking PLUSଦେଶମୁଖ୍ୟ ଖବର

ଭୁଟାନକୁ ଦିଆଯାଇଛି ସର୍ବାଧିକ ସହାୟତା

ଦ୍ୱିତୀୟ ସ୍ଥାନରେ ମାଳଦ୍ୱୀପ

ନୂଆଦିଲ୍ଲୀ- କେନ୍ଦ୍ରୀୟ ବଜେଟରେ ଦିଆଯାଇଥିବା ସୂଚନା ଅନୁସାରେ ଭୁଟାନକୁ ଅନୁଦାନ ଓ ଋଣ ଭାବେ ଭାରତ ପକ୍ଷରୁ ଅନ୍ୟ କୌଣସି ଦେଶ ତୁଳନାରେ ସର୍ବାଧିକ ସହାୟତା ପ୍ରଦାନ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତିମ ଓ ଅନ୍ତରିଣ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ଦିଆଯାଇଥିବା ତଥ୍ୟ ଅନୁସାରେ ଆର୍ଥିକ ବର୍ଷ 2023-24ର ସଂଶୋଧିତ ଅନୁମାନ ଅନୁସାରେ ଭାରତ ସରକାର ବିଦେଶ ସରକାରଙ୍କୁ 6,541.79 ଟଙ୍କା ଟଙ୍କା ପ୍ରଦାନ କରିଛନ୍ତି । ଏଥିରେ ଅନୁଦାନ ଭାବେ 4,927.43 କୋଟି ଟଙ୍କା ଓ ଋଣ ଭାବେ 1,614.36 କୋଟି ଟଙ୍କା ରହିଛି । 2023-24 ପାଇଁ 5,848.58 କୋଟି ଟଙ୍କାର ବଜେଟ୍ ଅନୁମାନରୁ ଏହା ସଂଖ୍ୟା ଅଧିକ ଅଟେ ।
ସୂଚନାନୁସାରେ ଭୁଟାନକୁ ସବୁଠୁ ଅଧିକ 2398.97 କୋଟି ଟଙ୍କାର ସହାୟତା ଦିଆଯାଇଛି । ଏହାପରେ ମାଳଦୀପକୁ ସହାୟତା ପ୍ରଦାନ କରାଯାଇଛି । ମାଳଦ୍ୱୀପକୁ 770.90 କୋଟି ଟଙ୍କା ଦିଆଯାଇଛି । ଏହାପରେ ନେପାଳକୁ 650 କୋଟି ଟଙ୍କା, ମିଆଁମାରକୁ 370 କୋଟି ଟଙ୍କା, ମରିସସକୁ 330 କୋଟି ଟଙ୍କା, ଆଫଗାନିସ୍ତାନକୁ 220 କୋଟି, ବାଂଲାଦେଶକୁ 130କୋଟି ଟଙ୍କା, ଶ୍ରୀଲଙ୍କାକୁ 60 କୋଟି ଟଙ୍କା, ସେଶେଲ୍ସକୁ 9.91 କୋଟି ଟଙ୍କା, ମଙ୍ଗୋଲିଆକୁ 5କୋଟି ଟଙ୍କା ସହାୟତା ଦିଆଯାଇଛି ।

Show More

Related Articles

Back to top button