Breaking PLUSଦେଶମୁଖ୍ୟ ଖବର

ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ ମିଳିଲା 6.2 ଲକ୍ଷ କୋଟି, 0.27 ଲକ୍ଷ କୋଟି ଟଙ୍କା ବୃଦ୍ଧି

ପ୍ରତିରକ୍ଷା କ୍ଷେତ୍ରର ଆତ୍ମନିର୍ଭରତା ବୃଦ୍ଧି ପାଇଁ ଡିପ୍-ଟେକ୍ ଟେକ୍ନୋଲୋଜି ଆଣିବାକୁ ପ୍ରତିଶ୍ରୁତି
ଡିଫେନ୍ସ ସେକ୍ଟର ପାଇଁ ମୋଟ୍ ବଜେଟର 8ପ୍ରତିଶତ
ନୂଆଦିଲ୍ଲୀ- ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତିମ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ପ୍ରତିରକ୍ଷା ପାଇଁ 6.2 ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି । ଗତବର୍ଷ ତୁଳନାରେ 0.27 ଲକ୍ଷ କୋଟି ଟଙ୍କା ବୃଦ୍ଧି କରାଯାଇଛି । ଅର୍ଥମନ୍ତ୍ରୀ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ଆତ୍ମନିର୍ଭରତା ବୃଦ୍ଧି କରିବା ପାଇଁ ନୂଆ ଡିପ୍ ଟେକ୍ନୋଲୋଜି ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ପ୍ରତିରକ୍ଷା କ୍ଷେତ୍ର ପାଇଁ 2023-24 ବଜେଟରେ 5.94ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା, ଯାହା ଚଳିତ ଆର୍ଥିକ ବର୍ଷ ତୁଳନାରେ 13 ପ୍ରତିଶତ ଅଧିକ ଅଟେ । ଗତବର୍ଷ ତୁଳନାରେ ଏହି ଅନ୍ତରିଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ରର ବଜେଟ 0.27 ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ 6.20 ଲକ୍ଷ କୋଟି ହୋଇଛି, ଅର୍ଥାତ 3.4 ପ୍ରତିଶତ ବୃଦ୍ଧି ହୋଇଛି । ଅନ୍ତରିଣ ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ, ଡିପ୍ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ ଯୋଜନା ଆଣିବେ, ଯେଉଁଥିରେ ଆତ୍ମନିର୍ଭରତା ଦ୍ରୁତଗତିରେ ଆସିବ ।

ନିର୍ମଳା ସୀତାରମଣ ନିଜର ଷଷ୍ଠ ବଜେଟରେ ଡିଫେନ୍ସ ସେକ୍ଟର ପାଇଁ ଦେଶର ମୋଟ୍ ବଜେଟର 8 ପ୍ରତିଶତ ରଖିଛନ୍ତି । ଅନ୍ତରୀଣ ବଜେଟରେ ପୁଞ୍ଜିଗତ ବ୍ୟୟ ପାଇଁ ସେନାକୁ ପ୍ରାୟ 1.72 ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି, ଯେଉଁଥିରେ ନୂତନ ଅସ୍ତ୍ରଶସ୍ତ୍ର, ବିମାନ, ଯୁଦ୍ଧପୋତ ଏବଂ ଅନ୍ୟାନ୍ୟ ସାମରିକ ଉପକରଣ କ୍ରୟ କରାଯିବ ।

Show More

Related Articles

Back to top button