Breaking PLUSଓଡ଼ିଶାମୁଖ୍ୟ ଖବର

ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଶହେରୁ ଉର୍ଦ୍ଧ୍ୱଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର, 6 ନଭେମ୍ବର -ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ପୋଲିସ ପକ୍ଷରୁ 100ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏନେଇ ବରଗଡ ଏସପି ପ୍ରହ୍ଲାଦ ସାହାଇ ମିନା ସୂଚନା ଦେଇଛନ୍ତି । ଘଟଣାରେ ଶହେରୁ ଅଧିକ ଲୋକଙ୍କ ସମ୍ପୃକ୍ତି ରହିଛି । ସିସିଟିଭି ଆଧାରରେ ପୋଲିସ ମାମଲା ରୁଜୁ କରିଛି । ସିସିଟିଭି ଜରିଆରେ ଅଭିଯୁକ୍ତ ଚିହ୍ନଟ କରାଯାଉଛି । ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରଗଡ ଏସପି ପ୍ରହଲ୍ଲାଦ ସାହାଇ ମିନା ସୂଚନା ଦେଇଛନ୍ତି । ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା ଅମ୍ବାଭୋନା ପୋଲିସ. । ଏଥିରେ ରାଜନୀତି ଓ ରାଜନୈତିକ ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି ବୋଲି ଏସପି ସୂଚନା ଦେଇଛନ୍ତି । ଥାନାରେ ଭଙ୍ଗାରୁଜା ଘଟଣାରେ ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ପ୍ରତିକ୍ରିୟା ରଖିଛନ୍ତି । ସିସିଟିଭି ଫୁଟେଜ ଆଧାରରେ ମାମଲା ରୁଜୁ କରିଛି ପୋଲିସ । ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

Show More

Related Articles

Back to top button