Breaking PLUSଦେଶମୁଖ୍ୟ ଖବର

ଫେବୃୟାରୀ 6ରେ ଗୋଆ ଯିବେ ପିଏମ ମୋଦି

ନୂଆଦିଲ୍ଲୀ, 5 ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୋଆ ଗସ୍ତ କରିବେ । ସେ ସେଠାରେ ଭାରତ ଉର୍ଜା ସପ୍ତାହର ଉଦଘାଟନ କରିବେ । ଏହା ବ୍ୟତୀତ ସେ ସାର୍ବଜନୀନ କାର୍ଯ୍ୟକ୍ରମରେ 1330 କୋଟି ଟଙ୍କାରୁ ଅଧିକ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିବେ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୋମବାର କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ସାଢେ 10ଟା ବେଳେ ଓଏନଜିସି ସି ସର୍ଭାଇଭଲ ସେଣ୍ଟରର ଉଦଘାଟନ କରିବେ । ଓଏନଜିସି ସି ସର୍ଭାଇଲ ସେଣ୍ଟରକୁ ଭାରତୀୟ ସାମୁଦ୍ରିକ ସର୍ଭାଇଭଲ ପ୍ରଶିକ୍ଷଣ ପରିସ୍ଥିତି ତନ୍ତ୍ରକୁ ବିଶ୍ୱ ମାନକ ପର୍ଯ୍ୟନ୍ତ ଆଗକୁ ବଢାଇବା ପାଇଁ ଏକ ଅଦ୍ୱିତୀୟ ଏକିକୃତ ସାମୁଦ୍ରିକ ସର୍ଭାଇଭଲ ପ୍ରଶିକ୍ଷଣ କେନ୍ଦ୍ର ଭାବେ ବିକଶିତ କରାଯିବ । ଏଥିରେ ବର୍ଷକୁ 10,000-15,000 କର୍ମୀଙ୍କୁ ପ୍ରଶିକ୍ଷଣ କରାଯିବା ନେଇ ଆଶା କରାଯାଉଛି ।

Show More

Related Articles

Back to top button