Breaking PLUSଦେଶମୁଖ୍ୟ ଖବରରାଜନୀତି

ବିର୍ସା ମୁଣ୍ଡା ସ୍ମୃତି ସଂଗ୍ରହାଳୟ ପରିଦର୍ଶନ କଲେ ପିଏମ ମୋଦି

ରାଞ୍ଚି, 15 ନଭେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜଧାନୀ ରାଞ୍ଚିର ଜେଲ ରୋଡ ସ୍ଥିତ ଭଗବାନ ବିର୍ସା ମୁଣ୍ଡା ଜନଜାତି ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ସଂଗ୍ରହାଳୟ ପରିସରରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଧରତୀ ଆବା ଜେଲ ଏବଂ ପରିସରରେ ଥିବା ସହିଦ ପ୍ରତିମା ମଧ୍ୟ ଦେଖିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ରାଜ୍ୟପାଳ ସିପି ରାଧାକୃଷ୍ଣନ ଓ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଥିଲେ । ଭଗବାନ ବିର୍ସା ମୁଣ୍ଡା ଶେଷ ନିଶ୍ୱାସ ତ୍ୟାଗ କରିଥିବା ସ୍ଥାନ ମଧ୍ୟ ବୁଲି ଦେଖିଥିଲେ ପିଏମ ମୋଦି । ସେଠାରେ ମଧ୍ୟ ବିର୍ସା ମୁଣ୍ଡାଙ୍କ ପ୍ରତିମାରେ ପୁଷ୍ପାଞ୍ଜଳି ଦେବା ସହ ତାଙ୍କ ଯେଗାଦାନକୁ ସ୍ମରଣ କରିଥିଲେ ।

Show More

Related Articles

Back to top button