Breaking PLUSଦେଶମୁଖ୍ୟ ଖବର

19ଜଣ ଜାତୀୟ ବାଲ୍ ପୁରସ୍କାର ପ୍ରାପ୍ତ ବିଜେତାଙ୍କ ସହ ନିଜ ବାସଭବନରେ କଥା ହେଲେ ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କ ବାସଭବନ 7 ଲୋକକଲ୍ୟାଣ ମାର୍ଗରେ 19ଜଣ ପ୍ରଧାନମନ୍ତ୍ରୀ ଜାତୀୟ ବାଲ୍ ପୁରସ୍କାର ପ୍ରାପ୍ତ ବିଜେତାଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ସ୍ମୃତିଚିହ୍ନ ଭେଟ କରିବା ସହ ତାଙ୍କ ସହ ଖୋଲି କରି କଥା ହୋଇଛନ୍ତି । ପିଲାମାନେ ପିଏମଙ୍କ ସହ ନିଜ ନିଜର ଉପଲବ୍ଧି ବାଣ୍ଟିଥିଲେ, ଯେଉଁଥିପାଇଁ ସେମାନଙ୍କୁ ପୁରସ୍କାର ପାଇଁ ଚୟନ କରାଯାଇଛି । ଏହି ଅବସରରେ ସଙ୍ଗରତ, ସଂସ୍କୃତି, ସୌର ଶକ୍ତି, ବ୍ୟାଡମିଣ୍ଟନ, ଚେସ୍ ପରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।

ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ, ଯେଉଁଥିରେ ଗୋଟିଏର ଜବାବ ଦେଇ ପିଏମ କହିଥିଲେ ଯେ, ତାଙ୍କୁ ସବୁପ୍ରକାର ସଙ୍ଗୀତରେ ରୁଚି ରହିଛି, ଯାହା ତାଙ୍କୁ ଧ୍ୟାନରେ ସହଯୋଗ କରିଥାଏ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାର ଶୁଭାରମ୍ଭ ସମ୍ପର୍କରେ ପିଏମ ମୋଦି, ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ସୌର ଶକ୍ତିର ଉପଯୋଗ ପାଇଁ ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଉପାୟ ପିଲାଙ୍କ ସହ ସେୟାର କରିଥିଲେ । ଏହି ଯୋଜନା ଦ୍ୱାରା କିଭଳି ଲୋକଙ୍କୁ ଲାଭ ହେବ ତାହା ସମ୍ପର୍କରେ ମଧ୍ୟ କହିଥିଲେ । ପିଏମ ମୋଦି ଜାନୁୟାରୀ 23ର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିବା ସହ ପିଲାମାନଙ୍କୁ ପରାକ୍ରମ ଦିବସ ସମ୍ପର୍କରେ କହିଥିଲେ । ସେ କହିଥିଲେ ଯେ, ପରାକ୍ରମ ଦିବସ ମାଧ୍ୟମରେ ସରକାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଐତିହ୍ୟକୁ ସମ୍ମାନ କରିଛନ୍ତି ।

Show More

Related Articles

Back to top button