Breaking PLUSଦେଶମୁଖ୍ୟ ଖବର

କର୍ତ୍ତବ୍ୟ ପଥରେ ‘ଅନନ୍ତ ସୂତ୍ର-ଦ ଏଣ୍ଡଲେସ ଥ୍ରେଡ’ରେ ପ୍ରଦର୍ଶିତ ହେବ ଦେଶର କୋଣ ଅନୁକୋଣରୁ 1900 ଶାଢୀ

ନୂଆଦିଲ୍ଲୀ- ସଂସ୍କୃତି ମନ୍ତ୍ରାଳୟ ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ କର୍ତ୍ତ୍ୟବ ପଥରେ ‘ଅନନ୍ତ ସୂତ୍ର- ଦ ଏଣ୍ଡଲେସ ଥ୍ରେଡ’ର ପ୍ରଦର୍ଶନୀ ଆୟୋଜନ କରିବ । ଏହି ପ୍ରଦର୍ଶନୀ ଗଣତନ୍ତ୍ର ଦିବସ ପରେଡ ଦେଖିବା ପାଇଁ ନିର୍ମିତ ଦର୍ଶକ ଗ୍ୟାଲେରୀ ପଛରେ ପଡିବ ।
ଅନନ୍ତ ସୂତ୍ର ବାସ୍ତବରେ ଶାଢୀ ପରିଧାନ ପାଇଁ ଏକ ବିଶେଷ ସମ୍ମାନ ଅଟେ । ଏଥିରେ ଦେଶର ପ୍ରତି କୋଣରୁ ଆସିଥିବା ପ୍ରାୟ 1900 ଶାଢୀ ପ୍ରଦର୍ଶିତ କରାଯିବ । ଯାହାକି କର୍ତ୍ତବ୍ୟ ପଥରେ କାଠ ଫ୍ରେମରେ ଉଚ୍ଚାରେ ଲଗାଯିବ ।
ଏହି ପ୍ରଦର୍ଶନୀରେ କ୍ୟୁଆର କୋଡ ମଧ୍ୟ ଦର୍ଶାଯିବ, ଯାହାକୁ ସ୍କାନ କରି ଲୋକେ ଉତ୍ପାଦରେ ବ୍ୟବହାର କରାଯାଇଥିବା ସାମଗ୍ରୀ ସମ୍ପର୍କରେ ବିବରଣୀ ପାଇପାରିବେ ।ଏହି ପ୍ରଦର୍ଶନୀରେ 150 ବର୍ଷର ପୁରୁଣା ଶାଢୀ ମଧ୍ୟ ପ୍ରଦର୍ଶିତ କରାଯିବ ।

Show More

Related Articles

Back to top button