Breaking PLUSଦେଶମୁଖ୍ୟ ଖବର

ଖଣି ବ୍ଲକର ନିଲାମୀରେ ଅନୁକରଣୀୟ ପ୍ରଦର୍ଶନ ପାଇଁ ମଧ୍ୟପ୍ରଦେଶକୁ ମିଳିଲା ଆୱାର୍ଡ ଅଫ୍ ଆପ୍ରିସିଏସନ

ରାଜ୍ୟ ଖନନ ମନ୍ତ୍ରୀ ସମ୍ମିଳନୀର ଉଦଘାଟନ କଲେ କେନ୍ଦ୍ର କୋଇଲାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଭୋପାଳ – ରାଜ୍ୟ ଖନନ ମନ୍ତ୍ରୀଙ୍କ ସମ୍ମିଳନୀ ବର୍ଷ 2022-23ରେ ଖଣିଜ ବ୍ଲକର ନିଲାମୀରେ ଅନୁକରଣୀୟ ପ୍ରଦର୍ଶନ ପାଇଁ ମଧ୍ୟପ୍ରଦେଶକୁ ଆୱାର୍ଡ ଅଫ୍ ଆପ୍ରିସିଏସନ ମିଳିଛି । କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସମ୍ମିଳନୀର ଉଦଘାଟନ କରିଛନ୍ତି । ମଙ୍ଗଳବାର ସ୍ଥାନୀୟ କୁଶାଭାଓ ଠାକରେ ସଭାଗାରରେ ଏହି ଆୱାର୍ଡ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବଙ୍କୁ ପ୍ରଦାନ କରାଯାଇଛି । ଏହା ସହିତ ଦ୍ୱିତୀୟ ସ୍ଥାନରେ ରହିଛି ଛତିଶଗଡ । କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ତୃତୀୟ ସ୍ଥାନରେ ରହିଛି ।
ସ୍ଥାନୀୟ କୁଶାଭାଓ ଠାକରେ ସଭାଗାରରେ ମଙ୍ଗଳବାର ରାଜ୍ୟ ଖଣି ମନ୍ତ୍ରୀଙ୍କ ସମ୍ମିଳନୀର ଶୁଭାରମ୍ଭ ହୋଇଛି । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ମଧ୍ୟ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ । ଏହି ସମ୍ମିଳନୀରେ 20ଟି ରାଜ୍ୟର ଖଣି ମନ୍ତ୍ରୀ ସାମିଲ ହୋଇଛନ୍ତି।

Show More

Related Articles

Back to top button