Breaking PLUSଦେଶମୁଖ୍ୟ ଖବରରାଜନୀତି

ପୂର୍ବ ସରକାର ଐତିହ୍ୟକୁ ନେଇ ଲଜ୍ଜିତ ହେବାର ଟ୍ରେଣ୍ଡ ସୃଷ୍ଟି କରିଥିଲା, ଆସ୍ଥା କେନ୍ଦ୍ରର ଗୁରୁତ୍ୱକୁ କେବେ ବୁଝିନାହିଁ- ପିଏମ ମୋଦି

ନୂଆଦିଲ୍ଲୀ, 4 ଫେବୃଆରୀ – ବିକାଶ ଓ ଐତିହ୍ୟକୁ ନିଜ ସରକାରର ନୀତି ବୋଲି କହି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କୌଣସି ଦେଶ ନିଜର ଐତିହ୍ୟକୁ ଭୁଲି ବିକାଶ କରିପାରିବେ ନାହିଁ । ପୂର୍ବ ସରକାର ଐତିହ୍ୟକୁ ନେଇ ଲଜ୍ଜିତ ହେବାର ଏକ ଧାରା ଦୃଷ୍ଟି କରିଥିଲେ, ଏବଂ ବିଶ୍ୱାସ କେନ୍ଦ୍ରର ବିକାଶର ଗୁରୁତ୍ୱ ବୁଝିନଥିଲେ । ପିଏମ ମୋଦି ରବିବାର ଆସାମରେ ମାଆ କାମାକ୍ଷା ଦିବ୍ୟ ପରିଯୋଜନା ସହିତ 11ହଜାର କୋଟିର ବିଭିନ୍ନ ବିକାଶ ମୂଳକ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ।ଏହି ଅବସରରେ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ, ଦିବ୍ୟ ପରିଯୋଜନା ପୂରଣ ହେବା ସହିତ ଏଠାରେ ବି ରାମମନ୍ଦିର ପରି ପରିବେଶ ସୃଷ୍ଟି ହେବ । ଏହି ପରିଯୋଜନାରୁ ଗରିବକୁ ରୋଜଗାରର ସୁଯୋଗ ମିଳିବ । ଆଜି ଆସାମ ବିକାଶ ଓ ଐତିହ୍ୟର ନୀତିରେ ହେଉଥିବା ପରିବର୍ତ୍ତନର ସାକ୍ଷା ରହିଛି ।

Show More

Related Articles

Back to top button