Breaking PLUSଦେଶମୁଖ୍ୟ ଖବରରାଜନୀତି

ଗୌହ୍ୱାଟୀରେ 11,600 କୋଟି ଟଙ୍କାର ପରିଯୋଜନାର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଗୌହ୍ୱାଟୀ, 4 ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୌହ୍ୱାଟୀରେ 11ହଜାର 6ଶହ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପରିଯୋଜନାର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ଖାନାପାଡା ସ୍ଥିତ ଆସାମ ପଶୁ ଚିକିତ୍ସା ମହାବିଦ୍ୟାଳୟ ଖେଳ ମୈଦାନରେ ସାର୍ବଜନୀନ ସଭାକୁ ସମ୍ବୋଧିତ କରିଛନ୍ତି ।
ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଇନାଧାରା ଷ୍ଟେଟ ଗେଷ୍ଟ ହାଉସରେ ଏକ ଖୋଲା ଗାଡିରେ ଚଢି ଖାନାପାଡା ସ୍ଥିତ ଆସାମ ପଶୁ ଚିକିତ୍ସା ମହାବିଦ୍ୟାଳୟ ଖେଳ ମୈଦାନରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହିତ ଆସାମର ରାଜ୍ୟ ସଭାପତି ଭବେଶ କଳିତା ଓ ମୁଖ୍ୟମନ୍ତ୍ରୀ ଡକ୍ଟର ହେମନ୍ତ ବିଶ୍ୱଶର୍ମା ମଧ୍ୟ ଥିଲେ । ଏଠାରେ ପ୍ରଧାନମନ୍ତ୍ରୀ ଭିସି ଜରିଆରେ 11ହଜାର 6ଶହ କୋଟି ଟଙ୍କାର ପରିଯୋଜନାର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ । ଏହାପରେ ପିଏମ ଏକ ସାର୍ବଜନୀନ ବୈଠକକୁ ମଧ୍ୟ ସମ୍ବୋଧିତ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ଏଠାରେ କାମାକ୍ଷା କରିଡର, ଗୌହ୍ୱାଟୀର ନୂଆ ଏୟାରପୋର୍ଟର ଟର୍ମିନାଲରୁ 6ଲେନ୍ ରାସ୍ତା, ନେହେରୁ ଷ୍ଟାଡିୟମର ଫିଫା ମାନକର ଅନୁରୂପ ବିକାଶ, ଚନ୍ଦ୍ରପୁରରେ ଏକ ନୂଆ ଖେଳ ପରିସର ପାଇଁ ଶିଳାନ୍ୟାସ କରିଛନ୍ତି ।

Show More

Related Articles

Back to top button