Breaking PLUSଦେଶମୁଖ୍ୟ ଖବର

ଗୋଆରେ ଓଏନଜିସି ସି ସର୍ଭାଇଭଲ ସେଣ୍ଟରର ଉଦଘାଟନ କଲେ ପିଏମ ମୋଦି

ପାନାଜୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନରେ ଦକ୍ଷିଣ ଗୋଆର ବେତୁଲରେ ଓଏନଜିସି ସି ସର୍ଭାଇଭଲ ସେଣ୍ଟରର ଉଦଘାଟନ କରିଛନ୍ତି । ଏହି ସେଣ୍ଟରକୁ ବିଶ୍ୱ ମାନଦଣ୍ଡ ଅନୁରୂପରେ ଏକ ଅଦ୍ୱିତୀୟ ସସାମୁଦ୍ରିକ ସର୍ଭାଇଭଲ ପ୍ରଶିକ୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ । ଏଥିରେ 10,000ରୁ 15,000 କର୍ମୀଙ୍କୁ ବାର୍ଷିକ ପ୍ରଶିକ୍ଷଣ ଦିଆଯିବ ।
ଏହାଦ୍ୱାରା ଖରାପ ପାଗରେ ନିୟନ୍ତ୍ରିତ ଅଭ୍ୟାସ ମାଧ୍ୟମରେ ତାଲିମ ପ୍ରାପ୍ତ ବ୍ୟକ୍ତିଙ୍କ ସାମୁଦ୍ରିକ କୌଶଳରେ ବୃଦ୍ଧି ହେବ ଏବଂ ସମ୍ଭାବ୍ୟ ବିପର୍ଯ୍ୟୟରୁ ସୁରକ୍ଷିତ ରହିବାର ସମ୍ଭାବନା ବୃଦ୍ଧି ପାଇବ ।

Show More

Related Articles

Back to top button