Breaking PLUSଦେଶମୁଖ୍ୟ ଖବରରାଜନୀତି

ତୃତୀୟ କାର୍ଯ୍ୟକାଳ ଆଗାମୀ ଶହେ ବର୍ଷର ଭିତ୍ତିଭୂମି ରଖିବ- ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁଣି ଥରେ କ୍ଷମତାକୁ ଫେରିବା ନେଇ ବିଶ୍ୱାସ ପ୍ରକଟ କରି କହିଛନ୍ତି ଯେ, ତୃତୀୟ କାର୍ଯ୍ୟକାଳ ଆଗାମୀ ଶହେ ବର୍ଷର ଭିତ୍ତିଭୂମି ରଖିବ । ସେ କହିଛନ୍ତି ଯେ, ଆମର ତୃତୀୟ କାର୍ଯ୍ୟକାଳରେ ବହୁତ ବଡ ନିଷ୍ପତ୍ତି ନିଆଯିବ । ଏଥିସହିତ ସେ ଟାର୍ଗେଟ କରିଥିଲେ ଯେ, ବିରୋଧୀମାନେ ସ୍ଥିର କରିଛନ୍ତି ଯେ ସେମାନେ ସେଠାରେ ଦୀର୍ଘ ସମୟ ରହିବେ।
ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚାଲିଥିବା ଚର୍ଚ୍ଚାର ଜବାବ ଦେଇ ପିଏମ ମୋଦି କହିଛନ୍ତି ଯେ, ଆମେ ଆମର ପ୍ରଥମ କାର୍ଯ୍ୟକାଳରେ ୟୁପିଏ ଯୁଗର ଗର୍ତ୍ତ ପୂରଣ କରିବାରେ ବହୁ ସମୟ ଏବଂ ଶକ୍ତି ଖର୍ଚ୍ଚ କରିଛୁ । ଦ୍ୱିତୀୟ କାର୍ଯ୍ୟକାଳରେ ନୂଆ ଭାରତର ଭିତ୍ତିଭୂମି ରଖିଛୁ ଏବଂ ତୃତୀୟ କାର୍ଯ୍ୟକାଳରେ ଆମେ ବିକଶିତ ଭାରତ ନିର୍ମାଣକୁ ନୂଆ ଗତି ଦେବୁ ।
ସେ କହିଥିଲେ ଯେ, ତାଙ୍କ ସରକାରର ତୃତୀୟ କାର୍ଯ୍ୟକାଳ ବେଶୀ ଦୂର ନାହିଁ । ପୁରା ଦେଶ କହୁଛି ଅବକି ବାର୍ 400 ପାର୍ । 2024 ଲୋକସଭା ନିର୍ବାଚନରେ ଏନଡିଏକୁ 4ଶହ ପାର୍ ସିଟ୍ ମିଳିବ, କିନ୍ତୁ ବିଜେପିକୁ 370 ସିଟ୍ ନିଶ୍ଚିନ୍ତ ମିଳିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦୁଇଟି ଯୁଦ୍ଧ ଓ କରୋନା ଭଳି ମହାମାରୀ ସତ୍ତ୍ୱେ ତାଙ୍କ ସରକାର ମୁଦ୍ରାସ୍ଫୀତି ହାରକୁ ସୀମିତ ରଖିବାରେ ସଫଳ ହୋଇଛନ୍ତି। ପୂର୍ବ ସରକାରଗୁଡିକ ସହିତ ତୁଳନା କରି ସେ କହିଛନ୍ତି ଯେ କଂଗ୍ରେସ କାର୍ଯ୍ୟକାଳ ମଧ୍ୟରେ ମୁଦ୍ରାସ୍ଫୀତି ଦୁଇ ଅଙ୍କରେ ଥିଲା ଏବଂ ସେମାନେ କ୍ଷମତାକୁ ଆସିବା ମାତ୍ରେ ମୁଦ୍ରାସ୍ଫୀତି ପୁଣି ବଢିଚାଲିଥିଲା।

Show More

Related Articles

Back to top button