ଦେଶ ବିଦେଶମୁଖ୍ୟ ଖବର

ପିଲାଙ୍କ ପାଇଁ ଫାଇଜରକୁ ମିଳିପାରେ ଅନୁମତି

ଖୁବ୍ ଶୀଘ୍ର ଛୋଟ ପିଲାଙ୍କ ପାଇଁ ଆସିପାରେ ଫାଇଜର ଟିକା । ଏହି ଟିକା ୫ରୁ ୧୧ ବର୍ଷ ପିଲାଙ୍କ ପାଇଁ ଭଲ କାମ ଦେଉଥିବା ଦାବି କରାଯାଇଛି । ଏହି ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରୁ ଭଲ ସୁଫଳ ମିଳିଥିବା ସୂଚନା ମିଳିଛି । ବିଶେଷ କରି ଏହା କୁନି ପିଲାଙ୍କ ଭିତରେ ପ୍ରଚୁର ମାତ୍ରାରେ ଆଣ୍ଟିବଡି ବା କରୋନା ବିରୋଧୀ ପ୍ରତିରୋଧ ଶକ୍ତି ତିଆରି କରିପାରୁଛି । ୧୬-୨୫ ବର୍ଷ ପିଲାଙ୍କ କ୍ଷେତ୍ରରେ ଟିକା ଯେଭଳି କାମ ଦେଉଥିଲା, ସାନ ପିଲାଙ୍କ କ୍ଷେତ୍ରରେ ଟ୍ରାଏଲ ବେଳେ ସମାନ ପରିଣାମ ଦେଇଥିବା ଦାବି କରିଛନ୍ତି ଫାଇଜର ଓ ବାୟୋନଟେକ୍ କମ୍ପାନୀ ।

ଏ ସଂପର୍କରେ ଫାଇଜରର ସିଇଓ ଅଲବର୍ଟ ବୋର୍ଲା ଏକ ବିସ୍ତୃତ ବିବୃତି ଜାରି କରିଛନ୍ତି । ତେଣୁ ଆମେରିକାରେ ୫-୧୧ ବର୍ଷ ପିଲାଙ୍କ ଟିକାକରଣ ପାଇଁ ଖୁବ୍ ଶୀଘ୍ର ଜରୁରୀକାଳୀନ ବ୍ୟବହାର ଅନୁମତି ମାଗିଛି କମ୍ପାନୀ । ଜୁଲାଇ ପରଠାରୁ ଆମେରିକାରେ ଛୋଟ ପିଲାଙ୍କୁ କରୋନା ବଢିବାରେ ଲାଗିଛି । ବର୍ତମାନ ସୁଦ୍ଧା ପ୍ରାୟ ୨୪୦ ପ୍ରତିଶତ ପିଲା କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି । ଫାଇଜର ଟିକାର ପରିଣାମକୁ ଦେଖି ଏଫ୍ଡିଏ ଏହାକୁ ତୁରନ୍ତ ଅନୁମତି ଦେଇପାରେ ବୋଲି ଅନୁମାନ କରାଯାଉଛି । ସେହିପରି ଆମେରିକାରେ ବୟସ୍କଙ୍କୁ ଆଗାମୀ ସପ୍ତାହେ ଭିତରେ ବୁଷ୍ଟର ଡୋଜ୍ ଦିଆଯିବା ନେଇ ବିଚାର ବିମର୍ଷ ହେଉଛି ।

Show More

Related Articles

Back to top button