Breaking PLUSଓଡ଼ିଶାମୁଖ୍ୟ ଖବର

ଧସିଲା ପଞ୍ଚଲିଙ୍ଗେଶ୍ୱର ପାହାଚ, ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ

ପଞ୍ଚଲିଙ୍ଗେଶ୍ୱରରେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପର୍ଯ୍ୟଟକ । ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୀଳଗିରିର ବାବା ପଞ୍ଚଲିଙ୍ଗେଶ୍ଵରଙ୍କ ପାହାଚ ଭୁଶୁଡି ପଡିଛି । ଏହି ପାହାଚ ଦେଇ ଭକ୍ତମାନେ ଯାଆସ କରିଥାନ୍ତି । ତେବେ ଏଭଳି ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପର୍ଯ୍ୟଟକ । ପାହାଡ ଧସିବା ପରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ତେବେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଗୋଟିଏ ପଟେ ରାସ୍ତା ସିଲ କରିବା ସହିତ ଗୋଟିଏ ପଟେ ପାହାଚରେ ଦର୍ଶନ ପାଇଁ ଭକ୍ତଙ୍କୁ ଛଡାଯାଇଥିଲା । ପାହାଚ ମରାମତି ପାଇଁ ଟ୍ରଷ୍ଟ ପକ୍ଷରୁ ଉଦ୍ୟମ ଜାରି ରହିଛି । ପାହାଚ ତଳୁ ଝରଣା ଜଳରେ ମାଟି ଧସିବା ଯୋଗୁ ପାହାଚ ଭୁଶୁଡିପଡିଥିଲା । ଭକ୍ତଙ୍କ ସୁରକ୍ଷା ପାଇଁ ଗୋଟିଏ ପଟ ରାସ୍ତା ସିଲ୍ କରାଯାଇଛି ।

Show More

Related Articles

Back to top button