Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଯେକୌଣସି ସ୍ଥାନରୁ ପ୍ରାର୍ଥୀ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ- ଶଶିଭୂଷଣ

ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢିବା ପ୍ରସଙ୍ଗରେ ବିଜେଡି ପ୍ରତିକ୍ରିୟା ରଖିଛି । ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ଯେ, ନବୀନ ପଟ୍ଟନାୟକ ଯେକୌଣସି ସ୍ଥାନ ପାଇଁ ପ୍ରାର୍ଥୀ ହୋଇ ପାରନ୍ତି । ସେଥିରେ କୌଣସି ଅସୁବିଧା ନାହିଁ । କେଉଁଠାରୁ ପ୍ରାର୍ଥୀ ହେବେ ତାହା ନବୀନ ବାବୁଙ୍କ ନିଜସ୍ୱ ନିଷ୍ପତ୍ତି । ସେ ଦଳର ସଭାପତି ସେ ଯାହା ନିଷ୍ପତ୍ତି ନେବେ ସମସ୍ତେ ତାକୁ ଗ୍ରହଣ କରିବେ । ପୁରୀ ଲୋକଙ୍କ ମନରୁ ସ୍ୱତ୍ୱ ପ୍ରବୃତ୍ତ ଭାବେ ଏକଥା ଆସିଛି । ପୁରୀର ବିକାଶକୁ ନେଇ ସେମାନେ ଖୁସି ଅଛନ୍ତି ତେଣୁ ଏମିତି ଆଶା ରଖିଛନ୍ତି । ଭବିଷ୍ୟତରେ ନବୀନ ବାବୁ ଲଢ଼ିବେ କି ନ ଲଢ଼ିବେ ତାହା ଭିନ୍ନ କଥା । ମାତ୍ର ଏଭଳି ଦାବି ପ୍ରମାଣିତ କରୁଛି ଯେ ନବୀନ ବାବୁଙ୍କ ପ୍ରତି ପୁରୀ ବାସୀଙ୍କ ଭଲ ପାଇବା କେତେ ରହିଛି । ପୁରୀରୁ ନବୀନ ବାବୁଙ୍କ ପ୍ରତି ଏଭଳି ସମର୍ଥନ ଜଗନ୍ନାଥଙ୍କ ଆର୍ଶୀବାଦ ବୋଲି ଶଶିଭୂଷଣ ବେହେରା କହିଛନ୍ତି । ସେହିପରି ସାଂସଦ ଭାବେ ନରେନ୍ଦ୍ର ମୋଦି ଲଢ଼ିବା ନେଇ ପ୍ରଶ୍ନରେ ସେ କହିଛନ୍ତି ଯେ ତାହା ଚର୍ଚ୍ଚାର ବିଷୟ । ସେହି ଦଳର ସର୍ଵଭାରତୀୟ ନେତା ସେ ବିଷୟରେ କହି ପାରିବେ ।

Show More

Related Articles

Back to top button