Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ହମାସ-ଇସ୍ରାଏଲ ଘମାଘୋଟ ଲଢେଇ, ଗାଜା ଷ୍ଟ୍ରିପରେ ଛାଇଯାଇଛି ନୀରବତା

ତେଲଅଭିବ/ଜେରୁଜେଲମ- ହମାସ ଓ ଇସ୍ରାଏଲ ମଧ୍ୟରେ ଘମାଘୋଟ ଯୁଦ୍ଧ ଯୋଗୁ ଗାଜାଷ୍ଟ୍ରିପରେ ନିରବତା ଛାଇଯାଇଛି । ଏହି ଭୟାବହ ଯୁଦ୍ଧରେ ଇସ୍ରାଏଲ 189ଜଣ ସୈନିକଙ୍କ ସହ 12ଶହରୁ ଅଧିକ ନାଗରିକଙ୍କୁ ହରାଇଥିବା କହିଛି । ସେହିପରି ଇସ୍ରାଏଲରେ ପ୍ରବେଶ କରିଥିବା ପ୍ରାୟ 15ଶହ ହମାସ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି । ଗାଜାରେ ମଧ୍ୟରେ ହମାସର ଶହଶହ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି । ଗାଜାର ଜଣେ ଅଧିକାରୀଙ୍କ ମୁତାବକ 1417ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ 6500ରୁ ଅଧିକ ଆହତ ହୋଇଛନ୍ତି ।

ଇସ୍ରାଏଲ ସୈନ୍ୟଙ୍କ ସୂଚନା ମୁତାବକ, ଗାଜାରେ ଏବେ ସୁଦ୍ଧା 3500ରୁ ଅଧିକ ଆତଙ୍କୀ ଠିକଣା ଉପରେ ବୋମା ବର୍ଷଣ କରାଯାଇଛି । ଏହି ବୋମା ବର୍ଷଣରେ ହମାସର ଜଣେ ଶୀର୍ଷ ଆତଙ୍କବାଦୀକୁ ନିଶାନା କରାଯାଇଥିଲା । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ହମାସ ହେଉଛି ଗାଜାର ଆଇଏସ । ସେ ଇରାନର ଟଙ୍କାରେ ଆକ୍ରମଣ କରୁଛି । ଇସ୍ରାଏଲ ତାଙ୍କର ଜଣେ ଆତଙ୍କୀ ନେତାକୁ ଛାଡିବ ନାହିଁ ବୋଲି ଚେତାବନୀ ଦେଇଛି ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ, ହମାସର ଏବେ ପ୍ରତି ଯୁବକଙ୍କର ମୃତ୍ୟୁ ସୁନିଶ୍ଚିତ । ହମାସ ଆତଙ୍କବାଦୀ ଆକାଶରୁ ପାତାଳ ଯେଉଁଠାରେ ବି ଥାଆନ୍ତୁ ସେମାନଙ୍କର ମୃତ୍ୟୁ ସୁନିଶ୍ଚିତ ।

Show More

Related Articles

Back to top button