Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ସ୍ୱଦେଶ ଫେରିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ

ଇସଲାମାବାଦ- ସ୍ୱଦେଶ ଫେରିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ । ନୱାଜ 3ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିସାରିଥିବା ବେଳେ 4ବର୍ଷ ଲଣ୍ଡନରେ ରହିବା ପରେ ସ୍ୱଦେଶ ଫେରିଛନ୍ତି । ପାକିସ୍ତାନ ଫେରିବା ପରେ ଇସଲମାବାଦ ଏୟାରପୋର୍ଟରେ ପୂର୍ବ ଅର୍ଥମନ୍ତ୍ରୀ ଆଜମ ତରାରଙ୍କ ସମେତ ପାର୍ଟିର ବହୁ ବରିଷ୍ଠ ନେତା ଏୟାରପୋର୍ଟରେ ତାଙ୍କର ସ୍ୱାଗତ କରିଥିଲେ । ଦେଶରେ ସାଧାରଣ ନିର୍ବାଚନ ଘୋଷଣା ହୋଇଥିବା ବେଳେ ନୱାଜ ସରିଫ୍ ସ୍ୱଦେଶ ଫେରିଛନ୍ତି । ଆସନ୍ତାବର୍ଷ ଜାନୁୟାରୀର ଶେଷ ସପ୍ତାହ ସୁଦ୍ଧା ପାକିସ୍ତାନରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବ ବୋଲି କୁହାଯାଉଛି । ଏବେ ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ଅନୱାର-ଉଲ-ହକ୍ ଦାୟିତ୍ୱ ତୁଲାଉଛନ୍ତି ।
ପାକିସ୍ତାନ ପାଇଁ ଉଡାଣ ଭରିବା ପୂର୍ବରୁ ଦୁବାଇ ଏୟାରପୋର୍ଟରେ ନୱାଜ ସାମ୍ବାଦିକମାନଙ୍କୁ କହିଥିଲେ ଆଲହାଙ୍କ ଉପରେ ସବୁକିଛି ଛାଡିକି ପାକିସ୍ତାନ ଯାଉଛି । ପାକିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ସେ ଚିନ୍ତାବ୍ୟକ୍ତ କରିଥିଲେ । 2017 ତୁଳନାରେ ଦେଶର ଅବସ୍ଥା ଅଧିକ ବିଗିଡିଯାଇଛି । ଆଗକୁ ବଢିବା ବଦଳରେ ଆମ ଦେଶ ପଛକୁ ଚାଲିଯାଇଥିବା ସେ କହିଛନ୍ତି ।

Show More

Related Articles

Back to top button