Breaking PLUSଦେଶମୁଖ୍ୟ ଖବର

ପଶ୍ଚିମବଙ୍ଗ ଦୁର୍ଗାପୂଜା ପେଣ୍ଡାଲରେ ପୂଜା କଲେ ଜେପି ନଡ୍ଡା

କୋଲକାତା- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶନିବାର ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି । କୋଲକାତା ଏୟାରପୋର୍ଟରେ ପହଞ୍ଚିବା ପରେ ପାରମ୍ପରିକ ଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସ୍ୱାଗତ କରାଯାଇଥିଲା । ବିଜେପି ପ୍ରଦେଶ ଅଧ୍ୟକ୍ଷ ସୁକାନ୍ତ ମଜୁମଦାର, ଶୁଭେନ୍ଦୁ ଅଧିକାରୀଙ୍କ ସହିତ ବହୁ କର୍ମକର୍ତ୍ତା ତାଙ୍କର ସ୍ୱାଗତ କରିଥିଲେ । ଏୟାରପୋର୍ଟରେ ସେ ହାୱଡାରେ ଏକ ପୂଜା ମଣ୍ଡପକୁ ଯାଇଥିଲେ । ପୂଜା ପେଣ୍ଡାଲରେ ସେ ଦେବୀ ଦୁର୍ଗା ମାଆଙ୍କ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ନଡ୍ଡା ଗଣମାଧ୍ୟମକୁ କହିଥିଲେ ଯେ, ପଶ୍ଚିମବଙ୍ଗର ଲୋକେ ଦୁନିଆକୁ ଗୋଟିଏ ଦୃଷ୍ଟିକୋଣ ଦେବାରେ ଆଗରେ ଅଛି । ସେ ପ୍ରାର୍ଥନା କରିଥିଲେ ଯେ, ଏହି ଭୂମିରେ ଭଲ ଶକ୍ତିକୁ ଅଧି ଶକ୍ତି ମିଳୁ ଯାହାଦ୍ୱାରା କି ସମାଜର ମଙ୍ଗଳ ହେବ । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ସଫଳ ହେବ ବୋଲି କହିଥିଲେ ନଡ୍ଡା ।

Show More

Related Articles

Back to top button