ଓଡ଼ିଶାବ୍ୟକ୍ତିତ୍ୱସ୍ୱାସ୍ଥ୍ୟ

ସୁସ୍ଥ ହୋଇ ଫେରିଲେ ପଦ୍ମଶ୍ରୀ କମଳା ପୂଜାରୀ

ସୁସ୍ଥ ହୋଇ ଫେରିଲେ ପଦ୍ମଶ୍ରୀ କମଳା ପୂଜାରୀ ।  ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ଆଜି କଟକ ଏସ୍‌ସିବିରୁ ପଦ୍ମଶ୍ରୀ କମଳା ପୂଜାରୀ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି । ଗତ କିଛିଦିନ ପୂର୍ବରୁ ଝାଡ଼ା ଓ ଜ୍ୱର ଯୋଗୁଁ ତାଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ୨୫ ତାରିଖରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେ ଡାକ୍ତରଖାନାରୁ ଘରକୁ ଫେରୁଥିବାରୁ ଖୁବ୍ ଖୁସି ହେବା ସହ ପୁଣି ଗାଁକୁ ଫେରି ତାଙ୍କ ଚାଷ କାମରେ ଲାଗିଯିବେ ବୋଲି ପ୍ରକାଶ କରିଛନ୍ତି।

ଅନ୍ୟପଟେ ଚିକିତ୍ସା କରୁଥିବା ଡାକ୍ତରମାନେ କହିବା ମୁତାବକ , ବର୍ତ୍ତମାନ କମଳା ସମ୍ପୂର୍ଣ୍ଣ ସୁସ୍ଥ । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି । ଜ୍ୱର, ଝାଡ଼ା, ଇନ୍‌ଫେକ୍ସସ ପ୍ରଭୃତି ଭଲ ହୋଇସାରିଛି। ଗତ ୬ ଦିନ ଭିତରେ ତାଙ୍କ ରକ୍ତ ଚାପ ଓ ଅନ୍ୟାନ୍ୟ ସମସ୍ୟାର ସୁଧାର ହୋଇଯାଇଛି। କିଡ୍‌ନୀ ଜନିତ ରହିଥିବା ସମସ୍ୟାର ଚିକିତ୍ସା ପାଇଁ ତାଙ୍କୁ ଔଷଧ ଦିଆଯାଇଛି। ତାଙ୍କ ତରଫରୁ ସେ ଘରକୁ ଯିବାକୁ ଆଗ୍ରହ ପ୍ରକାଶ କରିଥିଲେ। ତେଣୁ ଡାକ୍ତିରୀ ଟିମ୍ ବସି ଆଲୋଚନା କରିବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଉଛି।  ଆବଶ୍ୟକ ହେଲେ ପୁଣି ତାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯିବ।

 

Show More

Related Articles

Back to top button